ହୋଲି ଖେଳି ଗାଧୋଇବା ବେଳେ ବ୍ରାହ୍ମଣୀ ନଦୀରେ ବୁଡି ୨ ଭାଇ ମୃତ
8/03/2023 at 7:05 PM

କେନ୍ଦ୍ରାପଡା: ସବୁଆଡେ ରଙ୍ଗର ଖେଳର ହୋଲିରେ ମସଗୁଲ ଥିବା ବେଳେ କିନ୍ତୁ ଆଜି ଅପରାହ୍ନରେ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ହୋଲି ଖେଳ ସାରି ବ୍ରାହ୍ମଣୀ ନଦୀରେ ଗାଧୋଉଥିବା ବେଳେ ବୁଡି ଯାଇ ୨ ଭାଇଙ୍କ ମୃତ୍ୟୁ ଘଟିଛି। ଏମିତି ଦୁଃଖଦଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା କେଶପୁର ପଂଚାୟତ ମୁଷାଡ଼ିଆ ଗ୍ରାମରେ ଘଟିଛି।
ସୂଚନା ଅନୁଯାୟୀ, ହୋଲି ଖେଳି ସାରି ବ୍ରାହ୍ମଣୀ ନଦୀରେ ଗାଧୋଉଥିବା ବେଳେ ବୁଡି ଯାଇଥିଲେ ଦୁଇ ଭାଇ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ଦୁଇ ଜଣ ହେଲେ ପଟ୍ଟାମୁଣ୍ଡାଇ ଥାନା ମୂଷାଡିଆ ଗ୍ରାମର ୪୩ ବର୍ଷୀୟ ସୁଜିତ ଦାସ ଓ ୨୪ ବର୍ଷୀୟ ଚିନ୍ମୟ ଦାସ। ଉଭୟ ଦୁଇ ଜଣ ସମ୍ପର୍କୀୟ ଭାଇ ବୋଲି ଜଣା ପଡିଛି।