କାମାକ୍ଷାନଗର ୧୪/୧୧: ଡକାଡକି ହୋଇ ଏକାଠି ଚାଲିଗଲେ ୨ ଭାଇ । କାନ୍ଦବୋବାଳିରେ ଫାଟି ପଡୁଛି ପୁରା ପରିବେଶ । ସକାଳୁ ୨ ଭାଇ ଗାଧୋଇବାକୁ ଯାଇଥିଲେ । ଅସାବଧାନତା ବଶତଃ ପୋଖରୀରେ ବୁଡିଗଲେ । ଢେଙ୍କାନାଳ କାମାକ୍ଷାନଗର ଥାନା କାନପୁରା ପଞ୍ଚାୟତ ଏକତାଳୀ ଗାଁରେ ପୋଖରୀରେ ବୁଡି ୨ଭାଇଙ୍କ ସଲିଳ ସମାଧି । ମୃତକ ୨ ଜଣ ସ୍ଥାନୀୟ ଅଞ୍ଚଳର ପ୍ରଶାନ୍ତ ବେହେରାଙ୍କ ସାନ ପୁଅ ଶୁଭମ ବେହେରା ଓ ସୁଶାନ୍ତ ବେହେରାଙ୍କ ସାନ ପୁଅ ଗଣେଶ୍ବର ବେହେରା । ଉଭୟ ସଂପର୍କରେ ଭାଇ ହେବେ । ସକାଳୁ ୨ଭାଇ ମିଶି ଗାଁରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଫେରିବାକୁ ବିଳମ୍ବ ହେବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ । ଶେଷରେ ପୋଖରୀରୁ ଉଭୟଙ୍କର ମୃତଦେହ ଉଦ୍ଧାର ହୋଇଛି । କାମାକ୍ଷାନଗର ପୋଲିସ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ଏପରି ଏକ ଅଘଟଣକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
ଆଦାନୀ ପ୍ରସଙ୍ଗ: ବାଚସ୍ପତି ଓମ ବିରଳାଙ୍କୁ ଭେଟିଲେ ରା...