ପଟ୍ଟାମୁଣ୍ଡାଇରେ ସାପ କାମୁଡାରେ ୨ ଭାଇ ମୃତ
28/09/2018 at 10:25 AM

କେନ୍ଦ୍ରାପଡା ୨୮/୯ : ସାପ କାମୁଡାରେ ୨ ଭାଇ ମୃତ । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବନ୍ଧସାହି ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ରାତିରେ ଶୋଇଥିବା ବେଳେ ଦୁଇ ଭାଇଙ୍କୁ ସାପ କାମୁଡି ଦେଇଥିଲା । ମୃତକ ହେଲେ ପ୍ରଭାକର ସାହୁଙ୍କ ଦୁଇ ପୁଅ ଉଦୟ ସାହୁ (୧୩ ବର୍ଷ) ଓ କୁର୍ତ୍ତିବାସ ସାହୁ ( ୭ ବର୍ଷ) । ଗୁରୁତର ଅବସ୍ଥାରେ ଦୁଇ ଭାଇଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ | ଦୁଇ ପୁଅଙ୍କ ମୃତ୍ୟୁକୁ ନେଇ ପରିବାରରେ ଶୋକର ଛାୟା ଖେଳିଯାଇଛି ।
Related Posts
ସାହିତ୍ୟିକ ହୁସେନ ରବି ଗାନ୍ଧୀଙ୍କ ପରଲୋକ, ୭୫ ବର୍ଷ ବୟସରେ ଦେହାନ୍ତ
28 January 2023