Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସବୁଠୁ ମୂଲ୍ୟବାନ ୫ ଭାରତୀୟ ବ୍ରାଣ୍ଡ ମଧ୍ୟରେ ସ୍ଥାନ ପାଇଲା ରିଲାଏନ୍ସର ୨ଟି ବ୍ରାଣ୍ଡ

1/06/2023 at 9:55 PM

⭐ ତାଲିକାରେ ଜିଓ ପ୍ରଥମ ଥର ସାମିଲ ହେବା ସହ ପଞ୍ଚମ ସ୍ଥାନ ହାସଲ କରିଛି

⭐ ତାଲିକାର ଶୀର୍ଷ ୫ ସ୍ଥାନରେ ଟିସିଏସ୍‌, ରିଲାଏନ୍ସ, ଇନ୍‌ଫୋସିସ୍‌, ଏଚ୍‌ଡିଏଫ୍‌ସି ଓ ଜିଓ

ଭୁବନେଶ୍ୱର ୦୧/୦୬: ଦେଶର ସବୁଠୁ ମୂଲ୍ୟବାନ ୫ଟି ବ୍ରାଣ୍ଡ୍ ମଧ୍ୟରେ ରିଲାଏନ୍ସ ଏବଂ ଜିଓକୁ ସ୍ଥାନ ପାଇଛି। ବିଶ୍ୱର ଅଗ୍ରଣୀ ବ୍ରାଣ୍ଡ୍ କନ୍‌ସଲ୍‌ଟାନ୍ସି ସଂସ୍ଥା ଇଣ୍ଟରବ୍ରାଣ୍ଡ୍ ପକ୍ଷରୁ ଭାରତର ୫୦ଟି ସବୁଠୁ ମୂଲ୍ୟବାନ ବ୍ରାଣ୍ଡ ତାଲିକା ଜାରି ହୋଇଛି। ୧,୦୯,୫୭୬ କୋଟି ଟଙ୍କାର ବ୍ରାଣ୍ଡ୍ ମୂଲ୍ୟ ସହ ଟିସିଏସ୍ ତାଲିକାର ଶୀର୍ଷ ସ୍ଥାନରେ ରହିଛି। ଇଣ୍ଟରବ୍ରାଣ୍ଡର ଏହି ତାଲିକାରେ ରିଲାଏନ୍ସ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଜିଓ ପଞ୍ଚମ ସ୍ଥାନ ହାସଲ କରିଛି।

ରିଲାଏନ୍ସର ବ୍ରାଣ୍ଡ ମୂଲ୍ୟ ୬୫,୩୨୦ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି। ଜିଓର ବ୍ରାଣ୍ଡ୍ ମୂଲ୍ୟ ୪୯,୦୨୭ କୋଟି ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ତାହା ତାଲିକାର ପଞ୍ଚମ ସ୍ଥାନରେ ରହିଛି। ଜିଓ ପ୍ରଥମ ଥର ପାଇଁ ଏହି ତାଲିକାରେ ସାମିଲ ହୋଇଛି। ଜିଓଠାରୁ ଗୋଟିଏ ପାହାଚ ତଳେ ଷଷ୍ଠ ସ୍ଥାନରେ ଏୟାରଟେଲ୍ ରହିଛି। ଆଇଟି କମ୍ପାନୀ ଇନ୍‌ଫୋସିସ୍ ୫୩,୩୨୩ କୋଟି ଟଙ୍କାର ବ୍ରାଣ୍ଡ୍ ମୂଲ୍ୟ ସହ ତାଲିକାର ତୃତୀୟ ସ୍ଥାନରେ ଥିବା ବେଳେ ଦେଶର ଅଗ୍ରଣୀ ଘରୋଇ ବ୍ୟାଙ୍କ ଏଚ୍‌ଡିଏଫ୍‌ସି ୫୦,୯୨୧ କୋଟି ଟଙ୍କାର ବ୍ରାଣ୍ଡ୍ ମୂଲ୍ୟ ସହ ଚତୁର୍ଥ ସ୍ଥାନରେ ରହିଛି।

ଶ୍ରେଷ୍ଠ ୫୦ ବ୍ରାଣ୍ଡର ମୋଟ ବ୍ରାଣ୍ଡ୍ ମୂଲ୍ୟ ପ୍ରଥମ ଥର ପାଇଁ ୧୦୦ ବିଲିଅନ ଡଲାରରୁ ଅଧିକ ହୋଇଛି ବୋଲି ଇଣ୍ଟରବ୍ରାଣ୍ଡ୍ ତଥ୍ୟରୁ ଜଣାପଡ଼ିଛି। ଶୀର୍ଷ ତିନିଟି ସ୍ଥାନରେ ଥିବା ବ୍ରାଣ୍ଡ୍ ଟିସିଏସ୍‌, ରିଲାଏନ୍ସ ଓ ଇନ୍‌ଫୋସିସ୍‌ର ମୋଟ ବ୍ରାଣ୍ଡ୍ ମୂଲ୍ୟ ତାଲିକାରେ ପ୍ରଥମ ଥର ସାମିଲ ହୋଇଥିବା ୧୦ କମ୍ପାନୀର ମୋଟ ବ୍ରାଣ୍ଡ୍ ମୂଲ୍ୟର ୪୬ ପ୍ରତିଶତ। ତାଲିକାରେ ସାମିଲ ଶୀର୍ଷ ୧୦ଟି କମ୍ପାନୀର ମୋଟ ବ୍ରାଣ୍ଡ୍ ମୂଲ୍ୟ ତାଲିକାର ଅନ୍ୟ ୪୦ଟି ସଂସ୍ଥାର ମୋଟ ବ୍ରାଣ୍ଡ୍ ମୂଲ୍ୟଠାରୁ ଅଧିକ ରହିଛି।

ଇଣ୍ଟରବ୍ରାଣ୍ଡର ସବୁଠୁ ମୂଲ୍ୟବାନ ଭାରତୀୟ ବ୍ରାଣ୍ଡ ତାଲିକାର ଶୀର୍ଷ ୧୦ ସ୍ଥାନ ମଧ୍ୟରେ ଏଲ୍‌ଆଇସି, ମହିନ୍ଦ୍ରା, ଏସବିଆଇ, ଆଇସିଆଇସିଆଇ ବ୍ୟାଙ୍କର ନାଁ ମଧ୍ୟ ରହିଛି। ଏହା ଛଡ଼ା ଟାଟା, ଆଦାନି, ମାରୁତି ସୁଜୁକି, ଆଇଟିସି, ବଜାଜ ଅଟୋ, ଅମୂଲ, ଡାବର, ପତଞ୍ଜଳି ଓ ବ୍ରିଟାନିଆ ଭଳି ବ୍ରାଣ୍ଡ୍ ମଧ୍ୟ ଶୀର୍ଷ ୫୦ ତାଲିକାରେ ସ୍ଥାନ ପାଇଛନ୍ତି।

ଏହା ମଧ୍ୟ ପଢ଼ନ୍ତୁ:~ଲାଇଭ ଶୋ’ରେ ଭୋଜପୁରୀ ଗାୟିକାଙ୍କୁ ବାଜିଲା ଗୁଳି, ମାମଲାର ଯାଞ୍ଚ କରୁଛି ପୋଲିସ୍‌

   Related Posts