ବାରିପଦାରେ ଅଜଣା ଗାଡି ଧକ୍କାରେ ଦୁଇ ବାଇକ ଆରୋହୀ ମୃତ
4/11/2018 at 11:35 AM

ବାରିପଦା ୪/୧୧ : ବାରିପଦା ବାଙ୍ଗିରିପୋଷି ଥାନା ଜଗନ୍ନାଥଖୁଣ୍ଟା ଠାରେ ଦୁର୍ଘଟଣା ଘଟିଛି | ଏକ ଅଜଣା ଗାଡି ଧକ୍କାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି | ମୃତକ ୨ ଜଣ ହେଲେ ସାରସକୋଣାର ଦୀପକ ସେଠୀ ଓ ଦୀପୁନ୍ ସେଠୀ | ସେମାନେ ଦୁଇଜଣ ଯାତ୍ରା ଦେଖି ଘରକୁ ଫେରୁଥିଲେ | ଘରକୁ ଫେରିବା ବାଟରେ କେଉଁ ଗାଡି ତାଙ୍କୁ ଧକ୍କା ଦେଇଥିଲା | ଗାଡି ଉଭୟଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛି | ଘଟଣା ସ୍ଥଳରେ ବାଙ୍ଗିରିପୋଷୀ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବାରିପଦା ପିଆରଏମ ମେଡିକାଲ କଲେଜକୁ ପଠାଇଛି |
Related Posts
ପବିତ୍ର ଶ୍ରୀପଞ୍ଚମୀରେ ପୁରୀରେ ରଥକାଠ ଅନୁକୂଳ
26 January 2023