ଦଶାହ କାର୍ଯ୍ୟ ସାରି ଫେରୁଥିବା ବେଳେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ଦୁଇଜଣ ଗୁରୁତର

Published By : Prameya-News7 Bureau | June 12, 2022 IST

ମୁନିଗୁଡ଼ା, ୧୨/୦୬: ରାୟଗଡା ଜିଲ୍ଲା ଅମ୍ବାଦଳା ବଜାରରେ ଆଜି ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି । ଯାହାଫଳରେ ଏହି ଦୁର୍ଘଟଣାରେ ଜଣେ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ମୃତକ ଜଣକ ଝିଗିଡି ଗାଁର ରଞ୍ଜନ ଭୋଇ ହୋଇଥିବା ବେଳେ ଗୁରୁତର ଜଣକ ଜହରଲାଲ ଭୋଇ, ଅନ୍ୟ ଜଣେ ନୂଆପଡ଼ା ଜିଲ୍ଲାର ରମେଶ ଚନ୍ଦ୍ର ମାଝୀ ହୋଇଥିବା ଜଣାପଡ଼ିଛି ।

ରଞ୍ଜନ ଓ ଜହରଲାଲ ଏକ ଦଶାହ ଭୋଜିରେ ଯୋଗ ଦେଇ ଫେରିବା ସମୟରେ ଦୃତ ଗତିରେ ଯାଉଥିବା ବେଳେ ବିପରିତ ଦିଗରୁ ଆସୁଥିବା ବାଇକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ମୃତଦେହକୁ ମୁନିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଶବ ବ୍ୟବଛେଦ ପାଇଁ ପଠାଇ ଦିଆଯାଇଥିବା ବେଳେ ଗୁରୁତରମାନଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ଖବରପାଇ ଅମ୍ବାଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.