WhatsApp Image 2023-12-03 at 20.27.35 (1)
WhatsApp Image 2023-12-03 at 20.27.35
WhatsApp Image 2023-12-03 at 20.27.36 (1)
WhatsApp Image 2023-12-03 at 20.27.36
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଫୁଟବଲ୍ ଖେଳ ଦେଖିବାକୁ ଆସିବା ବେଳେ ଅଘଟଣ, ଦୁଇ ବାଇକ ମୁହାଁମୁହିଁ ଧକ୍କା, ୨ ଯୁବକ ମୃତ

21/09/2023 at 7:56 PM

ଦେବଗଡ଼: ଗୁରୁବାର ଅପରାହ୍ନ ସମୟରେ  ଦେବଗଡ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ମରଡଙ୍ଗ ଗ୍ରାମ ଛକରେ ଦୁଇ ବାଇକ ମୁହାଁମୁହିଁ ଧକ୍କାରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି । ଜଣେ ମୃତକ ଭୁବନେଶ୍ଵର ଅଞ୍ଚଳର ହୋଇଥିବା ଜଣା ପଡ଼ିଛି। କିନ୍ତୁ ତାଙ୍କର ସଂପୂର୍ଣ୍ଣ ପରିଚୟ ମିଳି ପାରି ନାହିଁ।

ମିଳିଥିବା ସୂଚନା ଅନୁଯାୟୀ,  ବଲାଣୀ ଗ୍ରାମର  କ୍ଷୀରେଶ୍ଵର ସାହୁଙ୍କ ପୁଅ ଚିନ୍ତାମଣି ସାହୁ ଏବଂ  ଦ୍ବାରୀ ପ୍ରଧାନଙ୍କ ପୁଅ ସନ୍ତୁ ପ୍ରଧାନ ବାଇକ୍‌ ଯୋଗେ  ଫୁଟବଲ ଖେଳ ଦେଖିବା ପାଇଁ ମରଡଙ୍ଗ ଗ୍ରାମକୁ ଆସୁଥିଲେ। ସେହି ସମୟରେ  ବଣେଇ ପଟୁ ବାରକୋଟ୍ ଅଭିମୁଖେ ବାଇକ୍‌ରେ ଆସୁଥିବା ଭୁବନେଶ୍ଵରର ଜଣେ ଯୁବକ ସହ  ଧକ୍କା ଦେଇଥିଲା। ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କାରେ ଘଟଣାସ୍ଥଳରେ ଭୁବନେଶ୍ଵର ଅଞ୍ଚଳର ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ବାରକୋଟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ  ବଲାଣି ଗ୍ରାମର ଚିନ୍ତାମଣିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

Also read- ଅର୍ଚ୍ଚନାଙ୍କ ପାଇଁ ଜେଲ୍ ପାଲଟିଛି ପଞ୍ଚତାରକା ହୋଟେଲ୍; ଅର୍ଚ୍ଚନା ପିନ୍ଧୁଛି ୫୦ହଳ ଡ୍ରେସ୍, ୧୦ହଳ ଯୋତା ସହ ପାଉଛି ରାଜକୀୟ ସେବା

ଅନ୍ୟପଟେ ବାରକୋଟ ଡାକ୍ତର ସନ୍ତୁଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ  ଚିକିତ୍ସାଳୟକୁ ପଠାଇଥିବା ବେଳେ ପରେ ତାଙ୍କୁ ବୁର୍ଲା ବଡ ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି। ଭୁବନେଶ୍ଵର ଅଞ୍ଚଳର ଯୁବକଙ୍କ ପରିଚୟ ମିଳିନଥିବା ବେଳେ ଏନେଇ ବାରକୋଟ ଥାନା ପୋଲିସ ପକ୍ଷରୁ ଅତ୍ୟକ ତଦନ୍ତ ଜାରି ରହିଛି।

   Related Posts