ଦୁଇ ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ ଓ ଜଣେ ଗୁରୁତର

Published By : Prameya-News7 Bureau | May 27, 2022 IST

ବିନିକା, ୨୭/୦୫: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ କୁହି ବାହାଳ ରାସ୍ତାର ଅମାମୁଣ୍ଡା ଛକ ନିକଟରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣକୁ ଗୁରୁତର ଥିବାରୁ ବୁର୍ଲା ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ପରେ ଜଣକୁ ବିନିକା ଡାକ୍ତରଖାନାକୁ ୧୦୮ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ଅଣାଯାଇଥିଲା l

ଡାକ୍ତରଖାନାରେ ପହଞ୍ଚାଇବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି  l ମୃତ ବ୍ୟକ୍ତି ଜଣକ ସୁବର୍ଣ୍ଣପୁର ସଦର ବ୍ଲକ ଖଲିଆପାଳି ଗ୍ରାମର ବିଶ୍ବମ୍ବର ବଗର୍ତ୍ତି(୫୭) ବୋଲି ଜଣାପଡ଼ିଛି l ମୃତବ୍ୟକ୍ତି ଜଣକ କେନ୍ଦୁ ଲିଫ୍ ବିଭାଗରେ ହେଡ ଚେକର୍ ଭାବେ କାର୍ଯ୍ୟ କରୁଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଜାରି ରଖିଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.