ଆନନ୍ଦପୁର, ୧୬/୧୦: ଆନନ୍ଦପୁର ଉପଖଣ୍ଡ ହଦଗଡ ଡ୍ୟାମ୍ ରାସ୍ତାରେ ଦୁଇ ବାଇକ୍ ମୁହାଁ ମୁହିଁ ଧକ୍କା ହୋଇଥିବା ଜଣାପଡ଼ିଛି । ଫଳରେ ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ସ୍ଥାନୀୟ ସୋସୋ ଥାନା ଚୁପୁସିଗଡିଆ ଗାଁର ମିଟୁ ନାୟକ । ଅନ୍ୟ ତିନି ଗୁରୁତରଙ୍କୁ ଆମ୍ବୁଲାନ୍ସ ଯୋଗେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମିଟୁ ନାୟକ ନିଜର ଜଣେ ସାଙ୍ଗ ସହ ବାଇକରେ ଡ୍ୟାମ୍ ରାସ୍ତାରେ ତଳକୁ ଯାଉଥିବା ବେଳେ ବିପରିତ ଦିଗରୁ ଆସୁଥିବା ଅନ୍ୟଏକ ବାଇକ୍ ସହ ମୁହାଁ ମୁହିଁ ଧକ୍କା ହୋଇଥିଲା । ଦୃତଗତିରେ ବାଇକ୍ ଚାଳନା ଦୁର୍ଘଟଣାର କାରଣ ହୋଇଥିବା ଜଣାପଡିଛି । ଖବରପାଇ ସୋସୋ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ନବୀନଙ୍କ ପରେ ଯିଏ ମୁଖ୍ୟମନ୍ତ୍ରୀ ହେବାକୁ ସ୍ବପ୍ନ ଦେଖ...