ବିହାରରେ ମହାମେଣ୍ଟକୁ ଝଟ୍‌କା: ବିଜେପିରେ ମିଶିଲେ ୨ କଂଗ୍ରେସ ଓ ୧ ଆର୍‌ଜେଡି ବିଧାୟକ

Published By : Prameya-News7 Bureau | February 27, 2024 IST

ନୂଆଦିଲ୍ଲୀ: ବିହାରରେ ଦଳ ଡିଆଁ ଆରମ୍ଭ ହୋଇଛି। ମଙ୍ଗଳବାର ୨ କଂଗ୍ରେସ ବିଧାୟକ ଓ ଜଣେ ଆର୍‌ଜେଡି ବିଧାୟକ ବିଜେପିରେ ଯୋଗ ଦେଇଛନ୍ତି। ଆଗକୁ ଲୋକସଭା ନିର୍ବାଚନ ଥିବାରୁ ନେତାଙ୍କ ଦଳ ଡିଆଁ କଂଗ୍ରେସ ଓ ଆର୍‌ଜେଡି ପାଇଁ ବିପଦ ସୃଷ୍ଟି କରିଛି।

ବିହାରର ପୂର୍ବତନ ମନ୍ତ୍ରୀ ଚେନାରୀ ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ମୁରାରୀ ପ୍ରାସଦ, ବିକ୍ରମ ନିର୍ବାଚନ ମଣ୍ଡଳୀର ସିଦ୍ଧାର୍ଥ ସୌରଭ ଓ ମହୋନୀୟ ନିର୍ବାଚନ ମଣ୍ଡଳୀର ଆର୍‌ଜେଡି ବିଧାୟକ ସଂଗୀତ କୁମାରୀ ମଙ୍ଗଳବାର ବିଜେପିରେ ଯୋଗ ଦେଇଛନ୍ତି। ବିହାର ବିଜେପି ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏହି ୩ ନେତାଙ୍କୁ ଦଳକୁ ଆଣିବାରେ ମୁଖ୍ୟ ଭୂମିକା ନିଭାଇଛନ୍ତି ବୋଲି ବିଶେଷ ସୂତ୍ରରୁ ଖବର ଇଣ୍ଡିଆ ଟୁଡେ ଖବର ପ୍ରକାଶ କରିଛି।

ସୂଚନା ଥାଉକି ନୀତୀଶ କୁମାର ମହାମେଣ୍ଟ ଛାଡ଼ି ବିଜେପିରେ ସାମିଲ୍ ହେବା ପରେ ମୁରାରୀ ଗୌତମ କ୍ୟାବିନେଟ ମନ୍ତ୍ରୀ ପଦ ହରାଇଥିଲେ। ଏହାପରେ ନୀତୀଶ କୁମାରଙ୍କ ନେତୃତ୍ୱରେ ବିଜେପି ରାଜ୍ୟରେ ସରକାର ଗଠନ କରିଥିଲା। ସେହିପରି ସିଦ୍ଧାର୍ଥ ସିଂହ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷଙ୍କ କାର୍ଯ୍ୟେର ଖୁସି ନଥିଲେ ବୋଲି ଅଭିଯୋଗ କରିଛନ୍ତି।

ପଢ଼ନ୍ତୁ-ଦିଲ୍ଲୀ ଓ ହରିୟାଣା ପାଇଁ ପ୍ରାର୍ଥୀ ଘୋଷଣା କଲା ଆମ୍‌ ଆଦମୀ ପାର୍ଟି

ନିକଟରେ ଲାଲୁ ପ୍ରସାଦ ଯାଦବ ଏନ୍‌ଡିଏ ସହ ମିଶି ବିଧାନସଭାରେ ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର ଗଠନ କରିଥିଲେ। ଫଳରେ ଆର୍‌ଜେଡି  ନେତୃତ୍ୱାଧୀନ ମେଣ୍ଟର ସରକାର ପତ୍ତନ ହୋଇଥିଲା। ବିହାର ବିଧାନସଭାରେ ୨୪୩ ଆସନ ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ବିହାରରେ ଜେଡିୟୁ, ବିଜେପି, ଜିତନ ରାମ ମାଝୀଙ୍କ ହମ୍ ଓ ଜଣେ ସ୍ୱାଧୀନ ପ୍ରାର୍ଥୀ ମିଶି ଏନ୍‌ଡିଏର ୧୨୮ ବିଧାୟକ ରହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.