oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ରାଇଘର ମୁଖ୍ୟ ରାସ୍ତାରେ ପୁଣି ଦେଖାଗଲା ଭାଲୁ, ପଥଚାରୀଙ୍କ ମଧ୍ୟରେ ଆତଙ୍କ

17/10/2021 at 8:48 PM

ଉମରକୋଟ,୧୭/୧୦: ନବରଙ୍ଗପୁର ଜିଲ୍ଲା ଉମରକୋଟ-ରାଇଘର ମୁଖ୍ୟ ରାସ୍ତାର ମଧ୍ୟ ସ୍ଥଳରେ ପୁଣି ଭାଲୁ ଦେଖିବାକୁ ମିଳିଛି l ଗତ କିଛି ମାସ ତଳେ ଏହି ଦୁଇ ଭାଲୁ ଦେଖାଦେବା ସହ ଫୁଟବଲ ଖେଳୁଥିବା ନେଇ ସାମ୍ନାକୁ ଆସିଥିଲେ l ଦୀର୍ଘ ଦିନ ଧରି ଏହି ଦୁଇ ଭାଲୁ ଜଙ୍ଗଲ ମଧ୍ୟରେ ଘୁରି ବୁଲୁ ଥିବା ବେଳେ ମଝି ମଝିରେ ମୁଖ୍ୟ ରାସ୍ତା ଉପରକୁ ଚାଲି ଆସୁଛନ୍ତି l ସେହି ଭଳି ମକା ଧାନ ବିଲ ମଧ୍ୟରେ ପଶି ରହିଥିବା ଦେଖିବାକୁ ମିଳୁଛି l ଭାଲୁ ଯୋଗୁଁ ସ୍ଥାନୀୟ ଅଞ୍ଚଳବାସୀଙ୍କ ଏବଂ ରାସ୍ତାରେ ଯାତାୟତ କରୁଥିବା ପଥଚାରୀ ନାନା ସମସ୍ୟାର ସମ୍ମୁଖୀନ ହେବା ସହ ଜନ ସାଧାରଣଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି l

ସୂଚନା ଅନୁସାରେ, ରାଇଘର-ଉମରକୋଟ ମୁଖ୍ୟ ରାସ୍ତାର ବେହେଡା ତାରିଣୀ ମନ୍ଦିର ଠାରୁ ଅଳ୍ପ କିଛି ଦୁରରେ ରହିଥିବା ଜଂଗଲ ମଧ୍ୟରେ ଦୁଇ ଗୋଟି ଭାଲୁ ଜଂଗଲ ମଧ୍ୟରେ ଘୁରି ବୁଲୁଛି l ବାରମ୍ବାର ରାସ୍ତା ଉପରେ କିମ୍ବା ସ୍ଥାନୀୟ ଅଂଚଳରେ ଥିବା ମକା ଓ ଧାନ ବିଲ ଭିତରେ ଲୁଚି ରହୁଥିବା ଯୋଗୁଁ ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି l ବନ ବିଭାଗ ଉକ୍ତ ଘଟଣା ଉପରେ ଗୁରୁତ୍ୱ ଦେବାକୁ ସାଧାରଣରେ ଦାବି ହୋଇଛି l

ଅପରପକ୍ଷରେ ରାଇଘର ବ୍ଲକ ଛତିଶଗଡ ସୀମାନ୍ତ ଅଞ୍ଚଳରେ ହାତୀପଲ ଆତଙ୍କ ଯୋଗୁଁ ଅନେକ ଫସଲ ନଷ୍ଟ ହୋଇଥିବା ବେଳେ ସୀମାନ୍ତ ଅଞ୍ଚଳବାସୀ ନାନା ସମସ୍ୟାର ସମ୍ମୁଖୀନ ହେଉଥିଲେ l ବର୍ତ୍ତମାନ ଉମରକୋଟ-ରାଇଘର ମୁଖ୍ୟ ରାସ୍ତାରେ ପ୍ରତ୍ୟେକ ସମୟରେ ଲୋକଙ୍କ ଯାତାୟତ ରହିଥିବା ବେଳେ ଭାଲୁ ଯୋଗୁଁ ଯାତାୟତରେ ସମସ୍ୟା ଦେଖା ଦେଇଛି l ଲୋକେ ଭୟଭୀତ ଅବସ୍ଥାରେ ଯାତାୟତ କରୁଛନ୍ତି l

   Related Posts