କାଶ୍ମୀରର ସୋନମାର୍ଗରେ ବଡ଼ ହିମ-ସ୍ଖଳନ, ଭିଡିଓ ଦେଖି ହେବେ ଆଶ୍ଚର୍ଯ୍ୟ, ଦୁଇ ଦିନରେ ଦ୍ୱିତୀୟ ଘଟଣା

Published By : Prameya-News7 Bureau | January 14, 2023 IST

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ସୋନମାର୍ଗରେ ବଡ଼ ଧରଣର ହିମ-ସ୍ଖଳନର ଭିଡିଓ କ୍ୟାମେରାରେ କଏଦ ହୋଇଛି । ପର୍ଯ୍ୟଟକଙ୍କ ମନ ପସନ୍ଦର ଏହି ହିଲ୍ ଷ୍ଟେସନରେ ଗତ ଦୁଇ ଦିନରେ ଏହା ଦ୍ୱିତୀୟ ଘଟଣା । ଏକ କମ୍ପାନିର ବାରାକ ନିକଟରେ ଏହି ହିମ-ସ୍ଖଳନ ହୋଇଛି । ଘଟଣା ପରେ ସେଠାରେ ଥିବା ଶ୍ରମିକମାନଙ୍କ ମଧ୍ୟରେ ଭୟର ମାହୋଲ ରହିଛି । ରିପୋର୍ଟ ଅନୁସାରେ, ସୋନମାର୍ଗର ସରବଲ ଅଞ୍ଚଳରେ ଏହି କମ ତୀବ୍ରତାର ହିମ-ସ୍ଖଳନ ଘଟିଛି । ଏଠାରେ ହାଇଦ୍ରାବାଦ ସ୍ଥିତ ମେଘା ଇଞ୍ଜିନିୟରିଂ ଆଣ୍ଡ ଇନଫ୍ରାଷ୍ଟ୍ରକ୍ଚର ଲିମିଟେଡର ୱାର୍କଶପ ଚାଲିଛି । ତେବେ ସବୁ ଶ୍ରମିକ ସୁରକ୍ଷିତ ଥିବା କମ୍ପାନିର ଅଧିକାରୀମାନେ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ଗାନ୍ଦେରବଲ ଜିଲ୍ଲାର ସୋନମାର୍ଗର ଏକ କମ୍ପାନି ସାଇଟରେ ହିମ-ସ୍ଖଳନ ଯୋଗୁଁ ଗୁରୁବାର ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା । ଦ୍ୱିତୀୟ ଘଟଣା ମଧ୍ୟ ଏହି ଅଞ୍ଚଳରେ ଘଟିଛି । ଗୋଟିଏ ବଡ଼ ବରଫ ଖଣ୍ଡ ବାରାକ ଆଡକୁ ମାଡି ଆସୁଥିବା ଭିଡିଓରେ ଦେଖିବାକୁ ମିଳୁଛି । କିଛି ସମୟରେ ବରଫର ସୁନାମୀ ବାରାକକୁ ଘେରି ନେଇଥିଲା ।  

wp:html /wp:html

ଜାମ୍ମୁ କାଶ୍ମୀରର ବାନ୍ଦୀପୋରା ଜିଲ୍ଲାର ଗୁରେଜ ସେକ୍ଟରର ଗୋଟିଏ ଗାଁରେ ଶନିବାର ହିମ-ସ୍ଖଳନ ହୋଇଥିଲା, କିନ୍ତୁ କୌଣସି କ୍ଷତିକ୍ଷତିର ସୂଚନା ମିଳି ନଥିଲା । ଅଧିକାରୀଙ୍କ ଅନୁସାରେ, ଗୋଟିଏ ଦିନ ପୂର୍ବେ ମଧ୍ୟମରୁ ପ୍ରବଳ ବରଫପାତ ନେଇ ବାନ୍ଦୀପୋରା ସହ ୧୨ ଜିଲ୍ଲା ପାଇଁ ହିମ-ସ୍ଖଳନର ଚେତାବନୀ ଜାରି କରାଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.