ଜମ୍ମୁ-କାଶ୍ମୀର : ଟଳିଲେ ୨ ଆତଙ୍କବାଦୀ, ସର୍ଚ୍ଚ ଅପରେସନ ଜାରି

Published By : Prameya-News7 Bureau | December 09, 2020 IST

ଶ୍ରୀନଗର, ୦୯/ ୧୨:  ବୁଧବାର ଜମ୍ମୁ-କାଶ୍ମୀରର ପୁଲଓ୍ୱାମାରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି । ଉଭୟ ପକ୍ଷ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି ।

ସୂଚନାନୁସାରେ, ପୁଲଓ୍ୱାମାର ଟିକେନ୍ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଯବାନଙ୍କୁ ସୂଚନା ମିଳିଥିଲା । ଏହାପରେ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପେରସନ । ସୁରକ୍ଷାକର୍ମୀମାନେ ମିଳିତ ଅପରେସନ ଆରମ୍ଭ କରିଥିଲେ  । ନିଜକୁ ବିପଦରେ ଦେଖି ଆତଙ୍କବାଦୀମାନେ ପ୍ରଥମେ ଯବାନଙ୍କ ଉପରକୁ ଗୁଳିମାଡ କରିଥିଲେ । ଏହାପରେ ଯବାନମାନେ ପୋଜିସନ ନେଇ ଏହାର ପାଲଟା ଜବାବ ଦେଇଥିଲେ ।

ଏଥିରେ ୨ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ସେମାନଙ୍କ ପରିଚୟ ମିଳିପାରି ନାହିଁ ।ଘଟଣାସ୍ଥଳରୁ କିଛି ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ ହୋଇଛି । ଏବେବି ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.