୨ ଆତଙ୍କବାଦୀ ଗିରଫ, ଜବତ ହେଲା ବିପୁଳ ଅସ୍ତ୍ରଶସ୍ତ୍ର, ବଡ ଧରଣର ଆକ୍ରମଣ ଷଡଯନ୍ତ୍ର ପଣ୍ଡ

Published By : Prameya-News7 Bureau | December 26, 2020 IST

ଶ୍ରୀନଗର,୨୬/୧୨: ଜମ୍ମୁ-କାଶ୍ମୀରର ଶ୍ରୀନଗର ସ୍ଥିତ ନରବଲ ଅଞ୍ଚଳରେ ପୋଲିସ ଚେକିଂ ବେଳେ ଗଦୁଇ ଜଣ ଆତଙ୍କବାଦୀ ଗିରଫ ହୋଇଛି । ସେମାନେ ଖସି ପଳାଉଥିବା ବେଳେ ପୋଲିସ କାବୁ କରିନେଇଥିଲା । ସେମାନଙ୍କ ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଗିରଫ କରାଯାଇଛି । ନୂଆ ବର୍ଷ ଅବସରରେ ଏହି ଆତଙ୍କବାଦୀମାନେ କାଶ୍ମୀର ଘାଟିରେ କିଛି ବଡ ଧରଣର ଆକ୍ରମଣ ପାଇଁ ଯୋଜନା କରୁଥିବା ଜଣାପଡିଛି ।

ପୋଲିସର କହିବାନୁସାରେ, ଶୁକ୍ରବାର ସନ୍ଧ୍ୟା ୫ଟା ୩୦ରେ ପୋଲିସ ନରବଲରୁ ଶ୍ରୀନଗର ଯାଉଥିବା ଗାଡି ଗୁଡିକୁ ଯାଞ୍ଚ କରୁଥିଲା । ଗୋଟିଏ ଗାଡିରେ ୨ ଆତଙ୍କବାଦୀ ଅସ୍ତ୍ରଶସ୍ତ୍ର ନେଇ ଆସୁଥିବା ସୂଚନା ମିଳିଥିଲା । ଏହାପରେ ସ୍ୱତନ୍ତ୍ର ଚେକ୍ ପଏଣ୍ଟ୍ ପ୍ରସ୍ତୁତ କରାଯାଇଥିଲା । ସେହି ସମୟରେ ଏକ ଧଲା ଅଲଟୋ ଗାଡିରେ ୨ଜଣଙ୍କୁ ପୋଲିସ ଅଟକ ରଖିବାକୁ ଚେଷ୍ଟା କରାଯାଇଥିଲେ ବି ସେମାନେ ଖସି ଯିବାକୁ ଉଦ୍ୟମ କରୁଥିଲେ ।

ସେମାନଙ୍କୁ ସଙ୍ଗେସଙ୍ଗେ ଗିରଫ କରାଯାଇଥିଲା । ଗିରଫ ଆତଙ୍କବାଦୀ ଦ୍ୱୟ ହେଲେ ରଇସ ଅହମ୍ମଦ ଓ ଅହମ୍ମଦ ସେଖ । ସେମାନଙ୍କ ବ୍ୟାଗରୁ ରାଇଫଲ, ପିସ୍ତଲ, ୨ ମାଗାଜିନ୍, ୬୦ ରାଉଣ୍ଡ ଗୁଳି ଜବତ ହୋଇଛି । ଗିରଫ  ଆତଙ୍କବାଦୀଙ୍କୁ ପଚରାଉଚୁରା ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.