ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ, ପାସ୍‌ହାର ୮୧.୧୦, ଛାତ୍ରଙ୍କ ଠାରୁ ଛାତ୍ରୀ ଆଗୁଆ

Published By : Prameya-News7 Bureau | August 08, 2022 IST

ଭୁବନେଶ୍ୱର, ୦୮/୦୮: ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଫଳ ପ୍ରକାଶ କରାଯାଇଛି । କଳାରେ ପାସ୍‌ ହାର ମୋଟ ୮୧.୧୦ ପ୍ରତିଶତ ରହିଛି । ଖୋର୍ଦ୍ଧା ଜିଲ୍ଲାରେ ପାସ୍‌ ହାର ସର୍ବାଧିକ ରହିଛି । କଳାରେ ଛାତ୍ରଙ୍କ ପାସ୍‌ହାର ଅପେକ୍ଷା ଛାତ୍ରୀଙ୍କ ପାସ୍‌ହାର ଅଧିକ ରହିଛି । ଛାତ୍ରଙ୍କ ପାସ୍‌ହାର ୭୫.୦୮ ରହିଥିବା ବେଳେ ଛାତ୍ରୀଙ୍କ ପାସ୍‌ହାର ୮୭.୪୭ ପ୍ରତିଶତ ରହିଛି ।

କଳାରେ ମୋଟ ୨ ଲକ୍ଷ ୧୩ ହଜାର ୪୩୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ସେହିପରି ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ୮୬୩ ଜଣ ପରୀକ୍ଷା ଦେଇଥିବା ଜଣାପଡ଼ିଛି । ଛାତ୍ରଛାତ୍ରୀମାନେ  www.odisharesults.nic.in ରେ ରେଜଲ୍ଟ ଦେଖି ପାରିବେ । ଅପରାହ୍ନ ୫ଟା ସମୟରେ ଛାତ୍ରଛାତ୍ରୀମାନେ ନିଜର ରୋଲ୍‌ ନମ୍ୱର ଦେଇ ପରୀକ୍ଷା ଫଳ ଜାଣିପାରିବେ ବୋଲି କର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଥାଉକି, ଜୁଲାଇ ୨୭ ତାରିଖରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳ ଘୋଷଣା ହୋଇଥିଲା । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଏହା ପ୍ରକାଶ କରାଯାଇଥିଲା । କଳାର ଫଳାଫଳ ଅଗଷ୍ଟ ୮ରେ ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଥିଲେ ।

ତେବେ ବିଜ୍ଞାନରେ ୯୪.୧୨ ପ୍ରତିଶତ ରେଜଲ୍ଟ ହୋଇଥିବା ବେଳେ ବାଣିଜ୍ୟରେ ୮୯ ପ୍ରତିଶତ ରେଜଲ୍ଟ ହୋଇଥିଲା । ବିଜ୍ଞାନରେ ମୋଟ ୭୬,୬୦୪ ଜଣ ପିଲା ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୭୨,୧୦୬ ଜଣ ପାସ୍‌ କରିଥିବା ବେଳେ ପୁଅଙ୍କ ମଧ୍ୟରୁ ୪୫,୫୮୭ ଜଣ ପାସ୍‌ କରିଥିଲେ ଏବଂ ପାସ୍‌ ହାର ୯୩.୮୦ ପ୍ରତିଶତ ରହିଛି । ସେହିପରି ବାଳିକାଙ୍କ ମଧ୍ୟରୁ ୩୨,୫୧୯ ପାସ୍‌ ହୋଇଥିବା ବେଳେ ପାସ୍‌ ହାର ୯୪.୫୨ ପ୍ରତିଶତ ରହିଥିଲା ।

ସେହିପରି ବିଜ୍ଞାନ ଓ କଳାରେ ପ୍ରଥମ ଶ୍ରେଣୀରେ ୫୦,୧୮୭ ଜଣ କୃତକାର୍ଯ୍ୟ ହୋଇଥିଲେ । ଦ୍ୱିତୀୟ ଶ୍ରେଣୀରେ ୧୪, ୯୩୨ ଏବଂ ତୃତୀୟ ଶ୍ରେଣୀରେ ୬, ୯୧୦ ଜଣ ପାସ୍‌ ହୋଇଛନ୍ତି । ୧୧୨୪ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି । ୩୯୩ଟି ଉଚ୍ଚ ମାଧ୍ୟମିକ ସ୍କୁଲର ୧୦୦ ପ୍ରତିଶତ ପିଲା ପାସ୍‌ କରିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.