ଖଡ଼ଗପୁରରେ ଦୁଷ୍କର୍ମକରି ସାଲିଆସାହିରେ ଲୁଚିଥିଲେ ଅଭିଯୁକ୍ତ, ବାନ୍ଧିଲା ପୋଲିସ୍
14/12/2022 at 5:04 PM

ଭୁବନେଶ୍ୱର, ୧୪/୧୨: ଖଡଗପୁରରେ ନାବାଳିକାକୁ ଦୁଷ୍କର୍ମ, ଭୁବନେଶ୍ବର ସାଲିଆସାହିରୁ ଗିରଫ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରରେ । ଗତ ଜୁଲାଇ ୭ ତାରିଖରେ ଖଡଗପୁର ଟାଉନ୍ ଥାନାରେ ଦୁଷ୍କର୍ମ ନେଇ ନାବାଳିକା ଅଭିଯୋଗ କରିଥିଲେ । କୋଲକାତା ପୋଲିସ ଗତକାଲି ରାତିରେ ନୟାପଲ୍ଲୀ ପୋଲିସ ସହାୟତରେ ସାଲିଆସାହିରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଦୁଇ ଅଭିଯୁକ୍ତ ଗୋଲ ବଜାର ଅଞ୍ଚଳର ବିପିନ ନିମଖାଇ ଓ ଶଙ୍କର ନିମଖାଇ ବୋଲି ଜଣାପଡ଼ିଛି । ଏମାନେ ଖଡଗପୁରରେ ଦୁଷ୍କର୍ମ କରି କାହା ସହାୟତାରେ ସାଲିଆସାହି ଅଞ୍ଚଳରେ ଆସି ଲୁଚି ରହିଥିଲେ ତାର ଛାନଭିନ୍ କରୁଛି ପୋଲିସ । ଏବେ ସାଲିଆସାହି ବାହାର ରାଜ୍ୟର ଅପରାଧୀଙ୍କ ଚରାଭୂଇଁ ପାଲଟିଥିବା ଦେଖିବାକୁ ମିଳିଛି ।
Related Posts
କନ୍ଧମାଳ ପୋଲିସକୁ ସଫଳତା, ଚୋରି ସାମଗ୍ରୀ ଜବତ, ୫ ଗିରଫ
6 February 2023