ଘଟିକିଆ ଲୁଟ୍‌ ଘଟଣା, ୨ ଜଣଙ୍କୁ ଗିରଫ କଲା ଭରତପୁର ପୋଲିସ୍‌  

Published By : Prameya-News7 Bureau | June 06, 2022 IST

ଭୁବନେଶ୍ୱର, ୦୬/୦୬: ବିଚ ରାସ୍ତାରେ ଆକ୍ରମଣ କରି ଲୁଟ କରିଥିବା ଦୁଇ ହାର୍ଡକୋର ଅପରାଧିଙ୍କୁ ଗିରଫ କଲା ଭରତପୁର ଥାନା ପୋଲିସ । ଏହି ଘଟଣାରେ ଅନ୍ୟ ଜଣେ ଅଭିଯୁକ୍ତ ଏବେ ବି ଫେରାର ରହିଛି । ଅଭିଯୁକ୍ତଙ୍କ ପାଖରୁ ୧୩ଟି ମୋବାଇଲ ଓ ଏକ ଧାରୁଆ ଛୁରୀ ଜବତ ହୋଇଛି। କିଛିଦିନ ତଳେ ଅଭିଯୁକ୍ତ ଜଣକ ଘଟିକିଆ ଅଂଚଳରେ ବିଳମ୍ବିତ ରାତିରେ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରି ଲୁଟ କରିଥିଲେ। ବିଭୁ ପ୍ରସାଦ ଦାସ ଲୁଟର ଶିକାର ହୋଇଥିଲେ । ଭରତପୁର ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତ ମାନଙ୍କ ନାମରେ ପୁର୍ବରୁ ନୟାପଲ୍ଲୀ ଥାନାର ବିଭିନ୍ନ ଅପରାଧିକ ମାମଲା ରହିଛି ବୋଲି ସୂଚନା ମିଳିଛି । ଗିରଫ ଦୁଇ ଅଭିଯୁକ୍ତ ବାମିଖାଲର ଶୁଭମ୍ ସ୍ୱାଇଁ ଓ ସାନ୍ତିପଲି ବସ୍ତିର ଦୀପକ ପ୍ରଧାନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.