scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ରହସ୍ୟ ଘେରରେ ମହିଳା ଏଏସଆଇଙ୍କ ମୃତ୍ୟୁ, ଲୁଗୁନଙ୍କ ମୃତଦେହ ନେଉନାହିଁ ପରିବାର

3/10/2023 at 10:24 AM

ରାଉରକେଲା ୦୩/୧୦: ରାଉରକେଲା ଉଦିତ ନଗର ଥାନା ASI ଲୁଗୁନଙ୍କ ମୃତ୍ୟୁର ପୂର୍ବ ଭିଜୁଆଲ ଭାଇରାଲ ହେବା ପରେ ଆକ୍ସନ ମୋଡରେ ପୋଲିସ । ହତ୍ୟା ମାମଲା ରୁଜୁ ହେବା ପରେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଦୁଇଜଣଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି ।

ଗିରଫ ଦୁଇ ହେଲେ ଗୌରୀ ରାଣୀ ବିଭାର ଅନିଲ ପାତ୍ର । ଯଦିବା ପୋଲିସ ହତ୍ୟା ମାମଲା ରୁଜୁ କରିଛି କିନ୍ତୁ ଗିରଫ କରିଥିବା ଦୁଇଜଣଙ୍କୁ ହତ୍ୟା ମାମଲାରେ ନୁହେଁ ବରଂ ବସ ଭଙ୍ଗା ରୁଜା କରିବା,, ଲୁଟ ଉଦ୍ୟମ ସହ ହତ୍ୟା ଉଦ୍ୟମ ମାମଲାରେ ଗିରଫ କରିଛି । ଅନ୍ୟ ପଟେ ଏପର୍ଯ୍ୟନ୍ତ ASI lugun ଙ୍କ ମୃତଦେହ ଉଠିନାହିଁ ଶବ ଗୃହରୁ ।

ପରିବାର ଲୋକଙ୍କ ଦାବି ଯେ Asi lugun ଙ୍କ ସହ ଥିବା ପୋଲିସ କର୍ମଚାରୀ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଅଭିଯୁକ୍ତ ମାନଙ୍କୁ ହତ୍ୟା ମାମଲାରେ ତୁରନ୍ତ ଗିରଫ କରାଯାଉ । ନହେଲେ ମୃତ ଦେହ ଶବ ଗୃହରୁ ଉଠିବନି । ସେପଟେ ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ଡେଥ ମୀଷ୍ଟ୍ରିରୁ ଉଠିନାହିଁ ପରଦା ।

ତଦନ୍ତ କରୁଛି HRPC । CBI ତଦନ୍ତ ଦାବିରେ ଆଜି ବୀରମିତ୍ରପୁର ପୂର୍ବତନ ବିଧାୟକ ତଥା ଆଦିବାସୀ ନେତା ଜଜ୍ ତିର୍କିଙ୍କ ନେତୃତ୍ବରେ ରାଉରକେଲା SP ଅଫିସ ଘେରିଁବ ଜର୍ଜ ସେନା । ଦୁଇ ଆଦିବାସୀ ମହିଳା ଅଧିକାରୀଙ୍କ ମୃତ୍ୟୁ ତଦନ୍ତ ଠିକ୍ ଦିଗର ଯାଉଥିବାର ଅଭିଯୋଗ କରି ଆଜି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା cbi ତଦନ୍ତ ଦାବି କରିଛି । ଦୁଇ ଦୁଇଟି ମୃତ୍ୟୁ ଘଟଣାରେ ରାଉରକେଲା ପୋଲିସ ଏବେ କାଠଗଡ଼ାରେ ।

   Related Posts