ମାଛକୁଣ୍ଡ ପୋଲିସକୁ ବଡ଼ ସଫଳତା, ୪୦ ଲକ୍ଷର ଗଞ୍ଜେଇ ସହ ଦୁଇ ମାଫିଆ ଗିରଫ

Published By : Prameya-News7 Bureau | June 10, 2024 IST

ଲମତାପୁଟ ୧୦/୦୬: ମାଛକୁଣ୍ଡ ପୋଲିସକୁ ବଡ଼ ସଫଳତା । ଗଂଜେଇ ଚୋରା ଚାଲାଣ ବେଳେ ଦୁଇ ଗଞ୍ଜେଇ ମାଫିଆଙ୍କୁ ମାଡ଼ି ବସିଲା ମାଛକୁଣ୍ଡ ପୋଲିସ । ନିର୍ବାଚନ ସରିବା ପରେ ପୁଣି ଗଞ୍ଜେଇ ମାଫିଆ ସକ୍ରିୟ ହୋଇଛନ୍ତି  l ବିଶେଷ ସୂତ୍ର ଖବର ପାଇ କୋରାପୁଟ ଏସପିଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସଡିପିଓଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରି ଲମତାପୁଟ ନିକଟ ତୁସୁବା ଛକ ଜଗି ରହିଥିଲେ ।

ଏହି ସମୟରେ ସଗର ପଟୁ ଆସୁଥିବା ଦୁଇଟି କାରକୁ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ କରିବାରୁ ଗୋଟିଏ କାର୍ ରୁ ସିକ୍ରେଟ ଚାମ୍ବର ମଧ୍ୟରେ ୧୦ ଟି ଜରି ବସ୍ତା ଓ ଅନ୍ୟ ଏକ କାରରୁ ୧୮ ଟି ଜରି ପ୍ୟାକେଟରୁ ଗଂଜେଇ ବାହାରି ଥିଲା । ଗଂଜେଇ ଗୁଡ଼ିକୁ ଓଜନ କରିବାରୁ ୪୦୯ କେଜି ୬୦୦ ଗ୍ରାମ ଜଣା ପଡିଛି ଯାହାର ମୂଲ୍ୟ ୪୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ । 

ଏହି ଗଂଜେଇ ଚୋରା କାରବାରରେ ଗିରଫ ହୋଇଥିବା ଦୁଇ ବ୍ୟକ୍ତି ଝାରସୁଗୁଡ଼ା ଜିଲ୍ଲାର ମନୋଜ ଓରାମ ଓ ମହମ୍ମଦ ସର୍ଫୋରାଜ । ଏହି ଗଞ୍ଜେଇ ଓଡ଼ିଶାରୁ ଅନ୍ୟ ରାଜ୍ୟକୁ ଚାଲାଣ କରିବା ପାଇଁ ଯୋଜନା ଥିବା ବେଳେ ଏଥିରେ ଆଉ କିଏ କିଏ ସଂପୃକ୍ତ ଅଛନ୍ତି ତା ନେଇ ଅଧିକ ତଦନ୍ତ ଜାରି ରଖିଛି ମାଛକୁଣ୍ଡ ପୋଲିସ । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.