ରାମନାଥପୁରମ ୨୩।୩: ତାମିଲନାଡୁ ରାମନାଥପୁରମ ନୌସେନା ବିମାନ ଘାଟି ‘ଆଇଏନଏସ ପୋରନ୍ଦୁ’ରେ ବୁଧବାର ସ୍ୱଦେଶୀ ଜ୍ଞାନ କୌଶଳରେ ବିକଶିତ ୨ଟି ଆଡଭାନ୍ସଡ ଲାଇଟ୍ ହେଲିକପ୍ଟର (ଏଏଲଏଚ୍) ଯୋଗ ଦେଇଛନ୍ତି। ନୌସେନା ବିମାନ ଘାଟିରେ ଦୁଇ ସୈନ୍ୟ ହେଲିକପ୍ଟରଙ୍କୁ ପାଣିମାଡ଼ କରି ସ୍ୱାଗତ କରାଯାଇଛି। ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ ଏହି ହେଲିକପ୍ଟରଗୁଡିକୁ ନିର୍ମାଣ କରିଥିବା ବେଳେ ସଶସ୍ତ୍ର ପାଟ୍ରୋଲିଂ ମିସନ, ହତାହତଙ୍କ ଉଦ୍ଧାର, ସନ୍ଧାନ ଓ ଉଦ୍ଧାର ଅଭିଯାନରେ ଏଗୁଡିକ ସାମିଲ ହୋଇପାରିବେ।
{"id":604144,"width":842,"height":562,"sizeSlug":"full","linkDestination":"none"}ଆଇଏନଏସ ପୋରନ୍ଦୁ ଏପର୍ଯ୍ୟନ୍ତ ହେରୋନ ଆରପିଏ ଓ ଚେତକ ହେଲିକପ୍ଟରଙ୍କ ସଞ୍ଚାଳନ କରୁଥିଲେ। ତେବେ ବିବୃତ୍ତି ଅନୁସାରେ ଏଏଲଏଚଗୁଡିକ ଅତ୍ୟାଧୁନିକ ସାମୁଦ୍ରିକ ପାଟ୍ରୋଲିଂ ରାଡାରରେ ସଜ୍ଜିତ ହୋଇଥିବା ବେଳେ ଏଥିରେ ଥିବା ବ୍ୟବସ୍ଥା ନୌସେନାର ସର୍ଭିଲାନ୍ସ କ୍ଷମତାକୁ ବୃଦ୍ଧି କରିଛି। ନୌସେନାରେ ହେଲିକପ୍ଟରଙ୍କ ଯୋଗଦାନ ପରେ ଏବେ ମନ୍ନାର ଉପସାଗର, ପାଲକ୍ ଉପସାଗର ଓ କୋମରିନ କ୍ଷେତ୍ରରେ ସାମୁଦ୍ରିକ ସୁରକ୍ଷା ଆହୁରି ମଜଭୁତ ହେବ।
{"id":604145,"width":834,"height":548,"sizeSlug":"full","linkDestination":"none"}ଏହି ହେଲିକପ୍ଟର ଗୁଡିକ ଉଭୟ ଦିନ ଓ ରାତିରେ କାର୍ଯ୍ୟକ୍ଷମ। ଏଣୁ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ରାତିରେ ମଧ୍ୟ ପରିଚାଳନା ସମ୍ଭବ ହୋଇପାରିବ। ରାତ୍ରିକାଳୀନ ପାଟ୍ରୋଲିଂ କାର୍ଯ୍ୟକ୍ରମ ଚଳାଯିବାର ସୁବିଧା ଥିବାରୁ ଏବେ ନୌସେନାକୁ ଅନ୍ଧାର ରାତିରେ ଚକମା ଦେଇ ଖସିଯିବାର ସମ୍ଭାବନା କମ ରହିବ। ହେଲିକପ୍ଟରଙ୍କୁ ନୌସେନାରେ ସାମିଲ ଲାଗି ଅନୁଷ୍ଠିତ କାର୍ଯ୍ୟକ୍ରମରେ ନୌସେନା ଇଷ୍ଟର୍ଣ୍ଣ କମାଣ୍ଡଙ୍କ ଫ୍ଲାଗ ଅଫିସର କମାଣ୍ଡିଂ ଇନ ଚିଫ୍ ଭାଇସ ଆଡମିରାଲ ବିଶ୍ୱଜିତ ଦାଶଗୁପ୍ତା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।