ବାଲେଶ୍ବର ଝିଙ୍କିରିଆ ଛକ ଗୁଳିକାଣ୍ଡ ଘଟଣା, ଆଉ ଦୁଇଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଲା ପୋଲିସ

Published By : Prameya-News7 Bureau | December 12, 2021 IST

ବାଲେଶ୍ବର, ୧୨/୧୨: ବାଲେଶ୍ବର ସଦର ଥାନା ହଳଦପଦା ଅଞ୍ଚଳର ଝିଙ୍କିରିଆ ଛକ ନିକଟରେ ଘଟିଥିବା ଗୁଳିକାଣ୍ଡ ଘଟଣାରେ ଆଜି ଆଉ ଦୁଇଜଣ ଅଭିଯୁକ୍ତଙ୍କୁ ଗରିଫ କରି କୋର୍ଟ ଚାଲାଣ କରିଛି ସଦର ଥାନା ପୋଲିସ । ସୂଚନା ଥାଉକି, ଗତ ୯ ରିଖରେ  ଝିଙ୍କିରିଆ ଅଞ୍ଚଳର ପ୍ରିୟକାନ୍ତ ନୟକ ନାମକ ଜଣେ ଯୁବକଙ୍କ ଉପରେ ତାଙ୍କର ୫ଜଣ ବନ୍ଧୁ ନିଶାଶକ୍ତ ଅବସ୍ଥାରେ ଟଙ୍କା ନେବା ଦେବା ଘଟଣାକୁ କେନ୍ଦ୍ର କରି ଗୁଳି ଚାଳନା କରିଥିଲେ ।  ପ୍ରିୟକାନ୍ତ ଗୁରୁତର ଅବସ୍ଥାରେ ପ୍ରଥମେ ବାଲେଶ୍ବର ଏବେ କଟକ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି ।

ତେବେ ପ୍ରିୟକାନ୍ତଙ୍କ ଉପରକୁ ଗୁଳି ଚଳାଇଥିବା ୫ଜଣ ସାଙ୍ଗ ଅଶୋକ ଦାସ, ନିରଜଂନ ଦାସ, ବିଦ୍ୟାଧର ଦାସ, ଦାମୋଦର ଜେନା, ଜୟୀରାମ ଦାସ, ନିରଜଂନ ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବାଲେଶ୍ଵର ସଦର ପୋଲିସ । ଏହା ସହିତ ଅଭିଯୁକ୍ତଙ୍କ ନିକଟରୁ ଗୋଟେ ବନ୍ଧୁକ ସହିତ ୩ଟି ଜୀବନ୍ତ ଗୁଳି ଉଦ୍ଧାର ହୋଇଥିବା ସଦର ଏସଡିପିଓ ଆଜି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.