AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରକାଶ ପାଇଲା ଜେଇଇ (ମେନ୍‌) ସେସନ-୧ ରେଜଲ୍ଟ, ଓ୍ୱେବସାଇଟ୍‌ରେ ଦେଖିପାରିବେ ଛାତ୍ରଛାତ୍ରୀ
  • ||
  • ଫେବୃୟାରୀରେ ଅଧିକ ରହିବ ତାପମାତ୍ରା, ଜଳବାୟୁ ଶୁଷ୍କ ଥିବାରୁ ଜଙ୍ଗଲରେ ଲାଗୁଛି ନିଆଁ
  • ||

୭ ବର୍ଷର ପୁରୁଣା ମାମଲାରେ ଆପ୍‌ର ଦୁଇ ବିଧାୟକ ଦୋଷୀ ସାବ୍ୟସ୍ତ, ୨୧ ଜଣଙ୍କୁ ହେବ ସଜ୍ଜା

12/09/2022 at 10:44 PM

ନୂଆଦିଲ୍ଲୀ, ୧୨/୦୯: ୭ ବର୍ଷର ପୁରୁଣା ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଆମ୍‌ ଆଦ୍ମୀ ପାର୍ଟିର ଦୁଇ ବିଧାୟକ । ଏଥି ସହିତ ୨୧ ଜଣଙ୍କୁ ଏହି ମାମଲାରେ ସଜ୍ଜା ଦେବେ କୋର୍ଟ । ଭିଡ଼ କରି ହିଂସା ସୃଷ୍ଟି କରିବା ସହ ପୋଲିସ୍‌ କର୍ମୀଙ୍କ ଉପରେ ଆକ୍ରମଣ କରିବା ଅପରାଧରେ ଏକ ମାମଲା ଦାଏର କରାଯାଇଥିଲା । ଦିଲ୍ଲୀର ଏକ କୋର୍ଟ ମାମଲାର ଶୁଣାଣି କରି ଏଥିରେ ଜଡ଼ିତ ଅଭିଯୁକ୍ତଙ୍କୁ ଦୋଷୀ ପାଇଛନ୍ତି ।

କୋର୍ଟ ଆପ୍ ବିଧାୟକ ଅଖିଳେଶ୍‌ ପତି ତ୍ରୀପାଠି ଏବଂ ସଂଜୀବ୍‌ ଝାଙ୍କୁ ବିଆଇନ୍‌ ଭାବେ ଏକତ୍ରିତ ହେବା ଏବଂ ପୋଲିସ୍ ଫୋର୍ସ ଉପରେ ଆକ୍ରମଣ କରିବା ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ । ଦୋଷୀ ମାନଙ୍କୁ ସେପ୍ଟେମ୍ୱର ୨୧ ତାରିଖରେ ସଜ୍ଜା ଶୁଣାଇବେ କୋର୍ଟ । ସୂଚନା ଥାଉକି ୨୦୧୫ ମସିହାରେ ବୁରାଡ଼ି ପୋଲିସ୍‌ ଷ୍ଟେସନ୍‌ ଅଞ୍ଚଳରେ ଏପରି ହିଂସା କାଣ୍ଡ ଘଟିଥିଲା ।

   Related Posts