କମ୍ ଉଚ୍ଚତା ଯୋଗୁଁ ମିଳୁନଥିଲେ କନ୍ୟା; ଏବେ ବିବାହକୁ ପ୍ରଧାନମନ୍ତ୍ରୀ ଏବଂ ଯୋଗୀଙ୍କୁ କରିବେ ନିମନ୍ତ୍ରଣ....

Published By : Prameya-News7 Bureau | October 30, 2022 IST

ଲକ୍ଷ୍ନୌ: ଉଚ୍ଚତା କେବଳ ୨.୩ ଫୁଟ୍... ହୋଇପାରୁନଥିଲା ବିବାହ... କିନ୍ତୁ ଏବେ ନିଜର ବିବାହ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନିମନ୍ତ୍ରଣ କରିବେ ଉତ୍ତର ପ୍ରଦେଶର ଆଜିମ ଅନସୁରୀ। କମ୍ ଉଚ୍ଚତା ଯୋଗୁଁ ଅନସୁରୀଙ୍କ ବିବାହ ହୋଇପାରୁନଥିଲା, ଯାହାକୁ ନେଇ ସେ ଖୁବ୍ ଚିନ୍ତିତ ଥିଲେ। ଏମିତିକି ବିବାହ ପାଇଁ ସେ ଅନେକ ନେତା ଏବଂ ସରକାରୀ ଅଧିକାରୀଙ୍କୁ ମଧ୍ୟ ସାହଯ୍ୟ ମାଗିଥିଲେ। ଶେଷରେ ଗତ ବର୍ଷ ତାଙ୍କୁ ତାଙ୍କ ପାଇଁ ଉପଯୁକ୍ତ କନ୍ୟା ମିଳିଥିଲା ଉଭୟ ଆସନ୍ତା ନଭେମ୍ବର ୭ ତାରିଖରେ ବିବାହ କରିବାକୁ ଯାଉଛନ୍ତି।

ଉତ୍ତର-ପ୍ରଦେଶ ଶାମିଲ ଜିଲ୍ଲାର ଆଜିମ ମନସୁରୀ ନିଜ ପାଇଁ ଅନେକ ବର୍ଷ ହେବ ଉପଯୁକ୍ତ କନ୍ୟାଙ୍କ ସନ୍ଧାନରେ ରହିଥିଲେ। ନିଜର କମ୍ ଉଚ୍ଚତା ପାଇଁ ତାଙ୍କୁ ଅନେକ ଅସୁବିଧା ହେଉଥିଲା। ଫଳରେ ତାଙ୍କୁ ସମାନ ଉଚ୍ଚତାର କନ୍ୟା ମିଳୁନଥିଲେ। ଯାହାକୁ ନେଇ ସେ ଖୁବ୍ ଚିନ୍ତିତ ଥିଲେ ଏବଂ ବିବାହ ପାଇଁ ସେ ଅନେକ ନେତା ଏବଂ ସରକାରୀ ଅଧିକାରୀଙ୍କୁ ମଧ୍ୟ ଭେଟିଥିଲେ। କିନ୍ତୁ ୨୦୨୧ ମାର୍ଚ୍ଚରେ ମନସୁରୀ ହାପୁରର ବୁସାରାଙ୍କୁ ଭେଟିଥିଲେ। ବୁସାରାଙ୍କ ଉଚ୍ଚତା ୩ ଫୁଟ୍। ଉଭୟଙ୍କର ଏପ୍ରିଲରେ ନିର୍ବନ୍ଧ ମଧ୍ୟ ହୋଇଛି। ଆଉ ଏବେ ସେମାନେ ୭ ନଭେମ୍ବରରେ ବିବାହ କରିବାକୁ ଯାଉଛନ୍ତି।

ମନସୁରୀଙ୍କ ପାଇଁ ଉପଯୁକ୍ତ କନ୍ୟା ଖୋଜିବା ଏକ ଚାଲେଞ୍ଚ ଥିଲା। କିନ୍ତୁ ଶେଷରେ ନିଜ ପାଇଁ କନ୍ୟା ଖୋଜିବାରେ ସଫଳ ହୋଇଥିଲେ। ମନସୁରୀ ନିଜ ବିବାହକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନିଜ ବିବାହକୁ ନିମନ୍ତ୍ରଣ କରିବାକୁ ଚାହୁଛନ୍ତି। ଏହାକୁ ନେଇ ସେ କହିଛନ୍ତି ଯେ, ନଭେମ୍ବରରେ ବିବାହ କରିବାକୁ ଯାଉଛନ୍ତି। ବିବାହ କାର୍ଡ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ସିଏମ ଯୋଗୀଙ୍କୁ ଦେବେ। ଦିଲ୍ଲୀ ଯାଇ ନିଜେ ସେମାନଙ୍କୁ ନିମନ୍ତ୍ରଣ କରିବେ ବୋଲି କହିଛନ୍ତି ମନସୁରୀ। ମନସୁରୀ ନିଜ ବିବାହ ପାଇଁ ଏକ ସ୍ବତନ୍ତ୍ର ଶେରଓ୍ବାନୀ ମଧ୍ୟରେ ପ୍ରସ୍ତୁତ କରିଛନ୍ତି।

ମନସୁରୀ ଏକ କସମେଟିକ୍ ଷ୍ଟୋର ଚଳାଉଛନ୍ତି। ତାଙ୍କର ୬ ଭାଇଭଉଣୀଙ୍କ ମଧ୍ୟରୁ ସେ ସବୁଠୁ ସାନ। କମ୍ ଉଚ୍ଚତା ଯୋଗୁ ତାଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ିଥିଲା ଫଳରେ ସେ କେବଳ ୫ମ ଶ୍ରେଣୀରୁ ପାଠ ପଢ଼ା ଛାଡ଼ିଥିଲେ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.