ଯୁକ୍ତ ଦୁଇ ପ୍ରଥମ ବର୍ଷ ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ

Published By : Prameya-News7 Bureau | August 01, 2018 IST

ଯୁକ୍ତ ଦୁଇ ପ୍ରଥମ ବର୍ଷରେ ଖାଲି ପଡିଥିବା ସିଟ ପାଇଁ ଆଜିଠାରୁ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ | ଛାତ୍ରଛାତ୍ରୀମାନେ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ହାଇସ୍କୁଲ ପରୀକ୍ଷା, ସପ୍ଲିମେଣ୍ଟାରୀ ପରୀକ୍ଷାରେ ପାସ ହୋଇଥିବା କିମ୍ବା କୌଣସି କାରଣରୁ ନାମ ଲେଖାଇ ପାରିନଥିବା ଛାତ୍ରଛାତ୍ରୀମାନେ ଏହି ନାମଲେଖା ପ୍ରକ୍ରିୟାରେ ସାମିଲ ହୋଇପାରିବେ | ନାମଲେଖା ପ୍ରକ୍ରିୟା କେବଳ ଅନଲାଇନରେ ହେବ | ଅଗଷ୍ଟ ୭ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଏଥିପାଇଁ ଆବେଦନ କରିପାରିବେ | ଅଗଷ୍ଟ ୧୦ରେ ମେରିଟ ଲିଷ୍ଟ ପ୍ରକାଶ ପାଇବ | ଅଗଷ୍ଟ ୧୧ ରୁ ୧୪ ତାରିଖ ଯାଏଁ ନାମଲେଖା ହେବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.