ବିଶ୍ୱକପ ଇତିହାସରେ ପ୍ରଥମଥର ପାଇଁ ଟିମ ଇଣ୍ଡିଆରେ ଦେଖିବାକୁ ମିଳିଛି ଏହିଭଳି ପରିବର୍ତ୍ତନ

Published By : Prameya-News7 Bureau | July 02, 2019 IST

ୱାର୍ମିଂହାମ ୨/୭ : ଭାରତ ଆଜି ବାଂଲାଦେଶ ସହ ବିଶ୍ୱକପ ମ୍ୟାଚ ଖେଳୁଛି । ଟିମ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଆଜି ଆଜବେଷ୍ଟନ ପଡିଆରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଭାରତର ଓପନିଂ ବ୍ୟାଟ୍ସମ୍ୟାନ କେ.ଏଲ.ରାହୁଲ ଏବଂ ରୋହିତ ଶର୍ମା ଧୂଆଁଧାର ବ୍ୟାଟିଂ କରୁଛନ୍ତି ।

ଭାରତ ଏହି ମ୍ୟାଚରେ କୁଲଦୀପ ଯାଦବଙ୍କ ଜାଗାରେ ଭୁବନେଶ୍ୱର କୁମାର ଓ କେଦାର ଯାଦବଙ୍କ ଜାଗାରେ ଦୀନେଶ କାର୍ତ୍ତିକଙ୍କୁ ପ୍ଲେଇଂ ଇଲେଭେନରେ ସାମିଲ କରିଛି । ବିଶ୍ୱକପ ଇତିହାସରେ ଟିମ ଇଣ୍ଡିଆ ପ୍ରଥମଥର ପାଇଁ ଏକାଥରକେ ୪ ଜଣ ୱିକେଟ କିପରଙ୍କୁ ପଡିଆକୁ ଓହ୍ଲାଇଛି । 

ବାଂଲାଦେଶ ବିପକ୍ଷରେ ଖେଳିବା ପାଇଁ ଟିମ ଇଣ୍ଡିଆ ଦୀନେଶ କାର୍ତ୍ତିକଙ୍କୁ ମଉକା ଦେଇଛି । ଦୀନେଶଙ୍କୁ ମିଶାଇ ଟିମରେ ୪ଜଣ ୱିକେଟ କିପର ଅଛନ୍ତି । ଟିମରେ ବର୍ତ୍ତମାନ ୱିକେଟ କ୍ୱିପିଙ୍ଗ ଦାୟିତ୍ୱ ମହେନ୍ଦ୍ର ସିଂ ଧୋନିଙ୍କର । ସେ ବର୍ତ୍ତମାନ ଟିମରେ ୱିକେଟ କ୍ୱିପିଙ୍ଗ କରୁଛନ୍ତି ।

ଅପରପକ୍ଷରେ ଋଷଭ ପନ୍ଥ ଉଇକେଟ କିପର ବ୍ୟାଟ୍ସମ୍ୟାନ । ସେ ଭବିଷ୍ୟତରେ ଭାରତୀୟ ଟିମର ୱିକେଟ କ୍ୱିପିଙ୍ଗ କରିପାରନ୍ତି । ଧୋନିଙ୍କ ପରେ ଉଇକେଟ କ୍ୱିପିଙ୍ଗ ଦାୟିତ୍ୱ ପନ୍ଥଙ୍କୁ ଦିଆଯାଇପାରେ । କେ.ଏଲ.ରାହୁଲ ମଧ୍ୟ ୱିକେଟ କ୍ୱିପିଙ୍ଗ ବ୍ୟାଟ୍ସମ୍ୟାନ । ସେ ଆଇପିଏଲ ମ୍ୟାଚରେ ୱିକେଟ କ୍ୱିପିଙ୍ଗ କରୁଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.