ଆଜି ପ୍ରଥମ ପର୍ଯ୍ୟାୟ ମତଦାନ : ସକାଳ ୭ଟାରୁ ଆରମ୍ଭ ହେବ ମତଗ୍ରହଣ, ମାଓପ୍ରବଣ ଅଞ୍ଚଳରେ ବିଶେଷ ସୁରକ୍ଷା ବ୍ୟବସ୍ଥା

Published By : Prameya-News7 Bureau | April 11, 2019 IST

ଭୁବନେଶ୍ବର ୧୧|୪: ଆଜି ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ । ସକାଳ ୭ଟାରୁ ଆରମ୍ଭ ହେବ ମତଦାନ । କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟ ଭଳି ୪ଟି ଲୋକସଭା ଏବଂ ଏହା ଅନ୍ତର୍ଗତ ୨୮ ବିଧାନସଭା ଆସନରେ ମତଦାନ । ଏଥିପାଇଁ ବୁଥ୍ ରେ ମତଦାନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ମାଓ ପ୍ରବଣ ଅଂଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

କଳାହାଣ୍ଡି ଲୋକସଭା ସହ ୭ଟି ବିଧାନସଭା ଭବାନୀପାଟଣା , ଧର୍ମଗଡ , ଜୁନାଗଡ , ନର୍ଲ।, ଲାଞ୍ଜିଗଡ, ନୂଆପଡା ଏବଂ ଖରିଆରରେ ଆଜି ଭୋଟିଂ ହେବ । ଜିଲ୍ଲାରେ ମୋଟ୍ ୧୪୦୫ ବୁଥରୁ ୨୨୬ ବୁଥକୁ ଅତି ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି । ଏହା ମଧ୍ୟରେ ୧୭୪ ବୁଥ୍ ମାଓ ପ୍ରବଣ ଆଚଂଳରେ ରହିଛି । ମତଦାନ ପାଇଁ ମୋଟ୍ ଜିଲ୍ଲାରେ ୯ହଜାର ୨ଶହ ୭୮ ପ୍ରିଜାଡିଙ୍ଗ ଅଫିସର ନିୟୋଜିତ ହୋଇଛନ୍ତି ।

ସେହିପିର ବ୍ରହ୍ମପୁର ଲୋକସଭା ଆସନ ସମେତ ୭ଟି ବିଧାନସଭାରେ ଭୋଟିଂ ହେବ । ଏହି ୭ଟି ବିଧାନସଭା ଆସନ ହେଲା ବ୍ରହ୍ମପୁର, ଗୋପାଳପୁର, ଛତ୍ରପୁର, ଦିଗପହଣ୍ଡି, ମୋହନ, ଚିକିଟି ଓ ପାରଳାଖେମୁଣ୍ଡି । ଗଞ୍ଜାମ ଜିଲ୍ଲାରେ ମୋଟ୍ ୧ହଜାର ୧୧୭ ବୁଥରେ ୬ହଜାର ୯୭୩ ପୋଲିଙ୍ଗ୍ ଅଫିସରଙ୍କୁ ନିଯୁକ୍ତି କରାଯାଇଛି । ୧୪୪ଟି ବୁଥକୁ ଅତି ସମ୍ବେଦନଶୀଳ ବୁଥ୍ ଭାବେ ଚିହ୍ନଟ କରାଯାଇଛି । ଅତି ସମ୍ବେଦନଶୀଳ ବୁଥ୍ ଗୁଡିକରେ ସିସିଟିଭି ବ୍ୟବସ୍ଥା କରାଯାଇଥିବା ବେଳେ ସବୁ ବୁଥରେ ଭିନ୍ନକ୍ଷମ ଭୋଟରଙ୍କ ପାଇଁ ହ୍ବିଲ୍ ଚେୟାର୍ ବ୍ୟବସ୍ଥା ହୋଇଛି ।

ସେହିଭଳି ନବରଂଗପୁର ଲୋକସଭା ଆସନର ନବରଙ୍ଗପୁର, ମାଲକାନଗିରି, ଚିତ୍ରକୋଣ୍ଡା, ଝରିଗାଁ, ଡାବୁଗାଁ, ଉମରକୋଟ ଏବଂ କୋଟପାଡରେ ନିର୍ବାଚନ ଅନୁଷ୍ଠିତ ହେଉଛି ।

କୋରାପୁଟ ଲୋକସଭା ଅନ୍ତର୍ଗତ କୋରାପୁଟ, ଗୁଣୁପୁର, ବିଷମକଟକ, ରାୟଗଡା, ଲକ୍ଷ୍ମୀପୁର, ଜୟପୁର ଏବଂ ପଟ୍ଟାଙ୍ଗି ବିଧାନସଭା ନିର୍ବାଚନମଣ୍ଡଳିରେ ଭୋଟଗ୍ରହଣ ହେବ ।

ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଯେଉଁ ଅଂଚଳରେ ମତଦାନ ରହିଛି ସେ ଅଞ୍ଚଳରେ ସରକାର ସରକାରୀ ଛୁଟି ଘୋଷଣା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.