୧ମେ ଶୁକ୍ରବାର ବଗଳାମୁଖୀ ଜୟନ୍ତୀ, ଏପରି କରନ୍ତୁ ମା’ ଙ୍କ ଆରାଧନା

Published By : Prameya-News7 Bureau | April 30, 2020 IST

ହିନ୍ଦୁ ଧର୍ମରେ ପୂଜା, ଉପାସନା ଓ ବ୍ରତର ଅନେକ ମହତ୍ୱ ରହିଛି। ଏଥିରେ ମହାଦେବ ଶିବଙ୍କ ଦ୍ୱାରା ପ୍ରକଟିତ ଦଶ ମହାବିଦ୍ୟା ମଧ୍ୟରୁ ଅଷ୍ଟମ ମହାବିଦ୍ୟା ମା ବଗଳାମୁଖୀଙ୍କ ପ୍ରକଟ ପର୍ବ ବୈଶାଖ ଶୁକ୍ଳ ଅଷ୍ଟମୀ ଚଳିତବର୍ଷ ୧ ମେ ଶୁକ୍ରବାର ପାଳିତ ହେବ। ଏହି ଦିନ ମଧ୍ୟରାତ୍ରିରେ ବ୍ୟାପନୀ ନବମୀର ସନ୍ଧିକାଳରେ ଦେବୀଙ୍କ ଆରାଧନାକୁ ଅମୋଘ ବୋଲି ଭାରତୀୟ ପୂଜା ପଦ୍ଧତୀରେ ମାନ୍ୟତା ରହିଛି।

{"id":262457,"width":576,"height":576,"sizeSlug":"large"}

ଯେଉଁମାନେ ବିଭିନ୍ନ ସମସ୍ୟା, କଷ୍ଟ ଓ ସଂଘର୍ଷ ବିରୋଧରେ ଲଢି ହତାସ ହୋଇଛନ୍ତି ଅଥବା ଯେଉଁମାନଙ୍କ ଜୀବନରେ ନିରାଶା ଡେରା ବାନ୍ଧି ରହିଛି ସେମାନଙ୍କ ଲାଗି ମା ବଗଳାଙ୍କ ଉପାସନାରୁ ନିଶ୍ଚିତ ସୁଫଳ ପାଇପାରିବେ। ଏପରି ଲୋକଙ୍କ ସହାୟତା ନିମନ୍ତେ ଦେବୀ ମା ସର୍ବଦା ତତ୍ପର ଥାନ୍ତି। ନିଜ ଭକ୍ତଙ୍କ ଜୀବନର ଅଶୁଭ ସମୟ ସମାପ୍ତ କରି ଜୀବନକୁ ନୂଆ ସୁଖ ପ୍ରଦାନ ପୂର୍ବକ ନବ ଚେତନାର ସଞ୍ଚାର କରନ୍ତି।

{"id":262460,"width":576,"height":381,"sizeSlug":"large"}

ମା ବଗଳାମୁଖୀଙ୍କ ନିକଟରେ ବ୍ରହ୍ମାଣ୍ଡର ସମସ୍ତ ଶକ୍ତି ନିହିତ ଅଛି। ଏଣୁ ଆଦିକାଳରୁ ମା ବଗଳାମୁଖୀଙ୍କ ଉପାସନା ଶତ୍ରୁ ନାଶ, ବାକ୍ ସିଦ୍ଧି, ନ୍ୟାୟାଳୟରେ ବିଜୟ, ମାରଣ, ମୋହନ, ସ୍ତମ୍ବନ ଓ ଉଚ୍ଚାଟନ ଭଳି କାର୍ଯ୍ୟନିମନ୍ତେ ସାଧକ କରିଆସୁଛନ୍ତି। ମାଙ୍କ ଉପାଶନାରେ ସାଧକଙ୍କ ଜୀବନର ସମସ୍ତ ବାଧା, ବନ୍ଧନ ମୁକ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି।

{"id":262461,"sizeSlug":"large"}

ମା ବଗଳାମୁଖୀ ରତ୍ନଜଡିତ ସିଂହାସନରେ ବିରାଜିତ ହୋଇଥାନ୍ତି ଓ ରତ୍ନଜଡିତ ରଥରେ ଆରୋହଣ ପୂର୍ବକ ଶତ୍ରୁ ବିନାଶ କରନ୍ତି ବୋଲି ଭକ୍ତଙ୍କ ବିଶ୍ୱାସ ରହିଛି। ଏଣୁ ମାଙ୍କ ଆରାଧନା ନୀତିଜ୍ଞ ବିଦ୍ୱାନଙ୍କ ଦ୍ୱାରା କରାଯିବାକୁ ସର୍ବଦା ପରାମର୍ଶ ଦିଆଯାଇଥାଏ। ମାଙ୍କର ୩୬ ଅକ୍ଷର ବିଜମନ୍ତ୍ର ସାଧାନା ଲାଗି ୧ ମେ ଶୁକ୍ରବାର ଏକ ପ୍ରକୃଷ୍ଠ ଦିନ। ଏହି ଅବସରରେ ପୂଜକ ମାଙ୍କ ପ୍ରତିକୃତିକୁ ହଳଦିଆ ଆସନରେ ଉପବେଶନ ପୂର୍ବକ ନିଜେ ପିତବସ୍ତ୍ର ପରିଧାନ ପୂର୍ବକ ହଳଦି ମାଳାରେ ମାଙ୍କ ମନ୍ତ୍ରୀ ସିଦ୍ଧି କରିବା ଆବଶ୍ୟକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.