କାବୁଲ୍‌ ବିମାନ ବନ୍ଦରରେ ଅବତରଣ କଲା ପ୍ରଥମ ଅନ୍ତର୍ଜାତୀୟ ବିମାନ

Published By : Prameya-News7 Bureau | September 13, 2021 IST

କାବୁଲ୍‌, ୧୩/୦୯: ତାଲିବାନ କ୍ଷମତାକୁ ଆସିବା ପରେ କାବୁଲ ବିମାନବନ୍ଦରରେ ଅବତରଣ କରିଛି ପ୍ରଥମ ଆନ୍ତର୍ଜାତିକ ବିମାନ । ଏହି ବାଣିଜ୍ୟିକ ବିମାନରେ ପାକିସ୍ତାନରୁ  ୧୦ ଜଣ ଆସିଥିଲେ  ଏବଂ ଫେରିବା ବେଳେ ଏହା ୭୦ ଜଣଙ୍କୁ ନେଇ ଫେରିଥିଲା

ସକାଳେ ପାକିସ୍ତାନରୁ ଏକ ଆନ୍ତର୍ଜିତକ ବାଣିଜ୍ୟିକ ବିମାନ ଆସିଥିବା ବେଳେ ଏହା ଦ୍ବିପ୍ରହରେ ଫେରିଥିଲା । ତାଲିବାନ କ୍ଷମତାକୁ ଆସିବା ପରେ କାବୁଲ ବିମାନବନ୍ଦରରେ ପ୍ରଥମ ଆନ୍ତର୍ଜାତୀୟ ବାଣିଜ୍ୟିକ ବିମାନ ଭବେ ଏହା ଅବତରଣ କରିଛି । ଆଜି ସକାଳେ ଇସଲାମାବାଦରୁ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସର ଏକ ବିମାନ କାବୁଲରେ ଅବତରଣ କରିଥିଲା। ଫେରିଥିବା ଲୋକଙ୍କ  ମଧ୍ୟରୁ ଅଧିକାଂଶ ଆଫଗାନୀ ଥିଲେ, ଯେଉଁମାନେ ବିଶ୍ବ ବ୍ୟାଙ୍କ ଭଳି ଆନ୍ତର୍ଜାତୀୟ ସଂଗଠନ ସହ ଜଡ଼ିତ ଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.