ସ୍ପୁଟନିକ-ଭିର ପ୍ରଥମ ଡୋଜ୍‌କୁ ବୁଷ୍ଟର ଡୋଜ୍‌ ଭାବେ ବ୍ୟବହାର କରିହେବ; NTAGI ଦେଲା ଅନୁମତି

Published By : Prameya-News7 Bureau | April 30, 2022 IST

ନୂଆଦିଲ୍ଲୀ: ଯେଉଁମାନେ ଋଷ ନିର୍ମିତ ସ୍ପୁଟନିକ-ଭି ଟିକା ନେଇଛନ୍ତି ସେମାନେ ବୁଷ୍ଟର ଡୋଜ୍‌ ରୂପେ ମଧ୍ୟ ଏହି ଟିକାର ପ୍ରଥମ ଡୋଜ୍‌ ନେଇପାରିବେ। ଏଥିପାଇଁ ଜାତୀୟ ବୈଷୟିକ ଟିକାକରଣ ପରାମର୍ଶଦାତା ଗୋଷ୍ଠୀ(ନ୍ୟାସ୍‌ନାଲ ଟେକ୍ନିକାଲ ଆଡ୍‌ଭଇଜରୀ ଗ୍ରୁପ୍ ବା NTAGI) ସ୍ପୁଟନିକ ଟିକାକୁ ଅନୁମତି ଦେଇଛି।

ସ୍ପୁଟନିକ ଟିକା ନେଇଥିବା ଲୋକମାନଙ୍କୁ ଏହି ଟିକାର ବୁଷ୍ଟର ଡୋଜ୍ ନେବା ପାଇଁ କୌଣସି ନୀତି ପ୍ରସ୍ତୁତ ହୋଇନଥିଲା। ଏହାପରେ ଏହି ଟିକା ନେଇଥିବା ଲୋକମାନଙ୍କ ପାଇଁ କେଉଁ ଟିକା ବୁଷ୍ଟର ଡୋଡ୍‌ ଭାବରେ ନିଆଯିବ ସେ ନେଇ ପ୍ରଶ୍ନ ଉଠିଥିଲା।

ଏହାପରେ ଏକ ଜାତୀୟ ଗଣମାଧ୍ୟମ ଏସମ୍ପର୍କିତ ତଥ୍ୟ ପାଇଁ ସୂଚନା ଅଧିକାରୀ ଆଇନବଳରେ ତଥ୍ୟା ଚାହିଁଥିଲା। ଏହାପରେ ଆଜି NTAGI ସ୍ପୁଟନିକ ବୁଷ୍ଟର ଡୋଜ୍ ଭାବରେ ବ୍ୟବହାର କରିବାକୁ ଅନୁମତି ଦେଇଛି।

୧୮ ବର୍ଷରୁ ଅଧିକ ବୟସ୍କମାନେ ଚାହିଁଲେ ଏପ୍ରିଲ ୧୦ ତାରିଖ ପରଠାରୁ ଘରୋଇ ଟିକାକରଣ କେନ୍ଦ୍ରଗୁଡ଼ିକରେ ଯାଇ ବୁଷ୍ଟର ଡୋଜ୍ ନେଇପାରିବେ ବୋଲି କେନ୍ଦ୍ର ସରକାର ଘୋଷଣା କରିଥିଲେ। ଏହି ବୟସ ବର୍ଗରେ ଯେଉଁମାନେ ଦ୍ୱିତୀୟ ଟିକା ନେବାର ୯ ମାସ ପୂରା କରିଛନ୍ତି ସେମାନେ ଯାଇ ବୁଷ୍ଟର ଡୋଜ୍ ନେଇପାରିବେ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ କହିଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.