୧ ତାରିଖ ରବିବାର ବିବାହ ପଞ୍ଚମୀ, ଜାଣନ୍ତୁ ଡିସେମ୍ବର ମାସର ପର୍ବପର୍ବାଣୀ

Published By : Prameya-News7 Bureau | November 25, 2019 IST

ନଭେମ୍ବର ମାସର ଶେଷ ସପ୍ତାହ ଆରମ୍ଭ ହୋଇଯାଇଛି। ଶିବ ଚତୁର୍ଦ୍ଦଶୀ ଅବସରରେ ସୋମବାର ଆରମ୍ଭ ହୋଇଥିବା ଏହି ସପ୍ତାହ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। ମଙ୍ଗଳବାର ଅହଗନ ବା ମାର୍ଗଶିର ଅମାବାସ୍ୟା ପଡୁଥିବା ବେଳେ ଏହା ପରେ ଚନ୍ଦ୍ର ଦର୍ଶନ, ବିନାୟକ ଚତୁର୍ଥୀ ଓ ବିବାହ ପଞ୍ଚମୀ ଆଦି ପର୍ବପର୍ବାଣୀ ପାଳିତ ହେବ। ତେବେ ଆସନ୍ତୁ ଜାଣିବା ଚଳିତ ସପ୍ତାହର ପ୍ରମୁଖ ପର୍ବପର୍ବାଣୀ ସମ୍ପର୍କରେ।

{"id":189816,"sizeSlug":"large"}

୨୬ ନଭେମ୍ବର ଦର୍ଶ ଅମାବାସ୍ୟା
ମାର୍ଗଶିର ମାସର ଅମାବାସ୍ୟାକୁ ଅତ୍ୟନ୍ତ ପୂଣ୍ୟ ମନେ କରାଯାଏ। ୨୬ ନଭେମ୍ବର ମଙ୍ଗଳବାର ଅମାବାସ୍ୟା ପଡୁଥିବା ବେଳେ ଏହି ଦିନ ସ୍ନାନ, ଜପ ଓ ଦାନ ଆଦି କଲେ ସମସ୍ତ ପାପ ନଷ୍ଟ ହୁଏ। ଏହି ଦିନରେ ପିତରଙ୍କ ଉଦ୍ଦେଶ୍ୟରେ ମଧ୍ୟ ପୂଜାବିଧାନ କରାଯାଏ। ଫଳରେ ପିତୃଦୋଷରୁ ମୁକ୍ତିମିଳେ ବୋଲି ମାନ୍ୟତା ରହିଛି। ଏହି ଅମାବାସ୍ୟା ବ୍ରତ କଲେ ସନ୍ତାନସୁଖ ମିଳେ ବୋଲି ମଧ୍ୟ ପୌରାଣିକ ମାନ୍ୟତା ପ୍ରଚଳିତ।

{"id":189818,"sizeSlug":"large"}

୨୭ ନଭେମ୍ବର ବୁଧବାର ଚନ୍ଦ୍ର ଦର୍ଶନ ଓ ହେମନ୍ତ ଋତୁ ପ୍ରାରମ୍ଭ
୩୦ ନଭେମ୍ବର ଶନିବାର ବିନାୟକ ଚତୁର୍ଥୀ। ଏହି ଦିନ ଗଣେଶଙ୍କ ଉପାଶନା ଫଳଦାୟୀ ବୋଲି କୁହାଯାଏ। ଏହି ଦିନ ମଧ୍ୟାହ୍ନରେ ଗଣେଶଙ୍କ ପୂଜାର୍ଚ୍ଚନା କରାଯାଇପାରେ।  ବିଘ୍ନ ହର୍ତ୍ତା ଶ୍ରୀ ଗଣେଶଙ୍କ ଆରାଧନା କଲେ ସୁଖ ସମୃଦ୍ଧି ସମେତ ଆର୍ଥିକ ସମ୍ପନ୍ନତା,  ଜ୍ଞାନ ଓ ବୁଦ୍ଧି ପ୍ରାପ୍ତ କରନ୍ତି ବୋଲି ମାନ୍ୟତା ରହିଛି। ଡିସେମ୍ବର ୧ ତାରିଖ ରବିବାର ବିବାହ ପଞ୍ଚମୀ। ମାର୍ଗଶିର ମାସର ଶୁକ୍ଳ ପଞ୍ଚମୀକୁ ବିବାହ ପଞ୍ଚମୀ, ବିହାର ପଞ୍ଚମୀ ବୋଲି ମଧ୍ୟ କୁହାଯାଏ। ଏହି ତିଥିରେ ଭଗବାନ ଶ୍ରୀରାମ ଓ ମାତା ସୀତାଙ୍କ ବିବାହ ହୋଇଥିଲା। ଏଣୁ ଏହି ଦିନରେ ଦମ୍ପତ୍ତି ଶ୍ରୀରାମ ଓ ସୀତାଙ୍କ ପୂଜାର୍ଚ୍ଚନା କରିବା ବିଧେୟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.