୧୦ ଘଣ୍ଟା ପାର୍କିଂ ପାଇଁ ଦେବାକୁ ପଡିବ ୧୦୦୦ ଟଙ୍କା

Published By : Prameya-News7 Bureau | October 17, 2019 IST

ନୂଆଦିଲ୍ଲୀ - ଏବେ ଦିଲ୍ଲୀରେ ପାର୍କିଂକୁ ନେଇ ଏକ ନୂଆ ଫର୍ମୁଲା କରାଯାଇଛି। ଦିଲ୍ଲୀର ସମସ୍ତ ବ୍ୟସ୍ତ ବହୁଳ ଓ ଅଧିକ ଭିଡ ରହୁଥିବା ସ୍ଥାନରେ ଏବେ ଏହି ଫର୍ମୁଲାରେ ପାର୍କିଂ ଫି ଆଦାୟ କରିବା ପାଇଁ ଯୋଜନା କରାଯାଉଛି ।

ଜାତୀୟ ରାଜଧାନୀରେ ଯାନବାହନ ସଂଖ୍ୟା କମ୍‌ କରିବା ସହ ପ୍ରଦୂଷଣ କମ୍‌ କରିବା ପାଇଁ ସରକାର ଏପରି ଯୋଜନା କରୁଥିବା ସୂଚନା ମିଳିଛି ।

ଦିଲ୍ଲୀର ଅଧିକାଂଶ ଲୋକ ନିଜର କାର୍‌ କିମ୍ବା ଗାଡିରେ ଯିବା ପାଇଁ ପସନ୍ଦ କରୁଛନ୍ତି । ଏବେ ଏହାର ସଂଖ୍ୟା ନିୟନ୍ତ୍ରଣ କରିବା ସହ ପ୍ରଦୂଷଣ କମ୍‌ କରିବାପାଇଁ ଯୁଗ୍ମ ଅଯୁଗ୍ମ ସଂଖ୍ୟା ଲାଗୁ କରିବା ପାଇଁ ଘୋଷଣା କରାଯାଇଛି । ସରକାରଙ୍କୁ ଏ ବିଷୟରେ ପରାମର୍ଶ ଦେଉଥିବା କମିଟି ନଗର ନିଗମ ଅଧିକାରୀମାନଙ୍କୁ ଏକ ଫର୍ମୁଲା ଦେଇଛନ୍ତି । ଦିଲ୍ଲୀର ଲୋକପ୍ରିୟ ସ୍ଥାନମାନଙ୍କରେ ଅଧିକ ଭିଡ ହେଉଥିବାର ସେହି ସ୍ଥାନମାନଙ୍କରେ ପାର୍କିଂ ଫି ନିୟମରେ ପରିବର୍ତ୍ତନ କରିବାପାଇଁ ପରାମର୍ଶ ଦିଆଯାଇଛି । ଏହି ସ୍ଥାନରେ ଲୋକ ଅଫିସ୍‌ ଓ ଅନ୍ୟ କାମରେ ଅଧିକ ସମୟ ରହୁଥିବାରୁ ପାର୍କିଂ ଫି ନିୟମରେ ପରିବର୍ତ୍ତନ କରି ୧୦ ଘଣ୍ଟାକୁ ଏକ ହଜାର ଟଙ୍କା କରିବାପାଇଁ କୁହାଯାଇଛି ।

ଏଥିରେ କେବଳ ଅନୁମତି ମିଳିବା ବାକି ରହିଛି। ଏବେ ଶୀତ ଦିନ ଆରମ୍ଭ ହେଉଥିବାର ଦିଲ୍ଲୀର ପ୍ରଦୂଷଣ ମାତ୍ରା ବୃଦ୍ଧି ପାଇଥାଏ । ଗତ କାଲି (ବୁଧବାରରେ) ଏହା ଖରାପ ସ୍ଥିତିରେ ପହଞ୍ଚିଥିଲା ।

ଦିଲ୍ଲୀରେ ୩୩ ଲକ୍ଷ ଚାରିଚକିଆ ଓ ୭୩ ଲକ୍ଷ ଦୁଇ ଚକିଆ ଯାନ ରହିଛି। ପ୍ରତିଦିନ ୫ଶହ କାର୍‌ ଏଥିରେ ସାମିଲ ହେଉଛି ।
ବେସ୍‌ ପାର୍କି ଫି ଚାରି ଚକିଆ ପାଇଁ ୧୦ ଟଙ୍କା ଓ ଦୁଇ ଚକିଆଯାନ ପାଇଁ ୫ ଟଙ୍କା ରହିବ । କିନ୍ତୁ ସ୍ଥାନ , ଜାମ ଓ ଦିନର ସମୟ ଅନୁସାରେ ଏହା ବଦଳିଯିବ ।

ଏହି ଆଧାରରେ ପ୍ରଥମ ଘଣ୍ଟା ପାଇଁ ୬୦ ଟଙ୍କା ପାର୍କିଂ ଫି ହୋଇଥିବା ବେଳେ ୫ରୁ ୬ ଘଣ୍ଟା ପାଇଁ ୫୦୦ରୁ ୭୦୦ ଟଙ୍କା ଓ ୧୦ ଘଣ୍ଟା ପାଇଁ ଏକ ହଜାର ଟଙ୍କା ଦେବାକୁ ପଡିବ । ଅନ୍‌ ଷ୍ଟ୍ରିଟ୍‌ ଓ ଅଫ୍‌ ଷ୍ଟ୍ରିଟ୍‌ ସ୍ଥାନରେ ଶସ୍ତା ହେବ ।

ଏହା ପ୍ରଥମ ୫ ଘଣ୍ଟା ପାଇଁ ୧.୫ ଗୁଣ ୫ ଘଣ୍ଟା ପର ପାଇଁ ୨ ଗୁଣ ବୃଦ୍ଧି ପାଇବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.