ବୟସ ୧୯, ଦେଖିବାକୁ ସୁନ୍ଦରୀ … ହେଲେ ବଲାଙ୍ଗିରରେ ସାଜିଥିଲା ଲେଡି ଡନ୍, ବିସ୍ତାରକରୁଥିଲା ଅପରାଧ ସାମ୍ରାଜ୍ୟ: ଯୁବକଙ୍କ ହାତ ପାପୁଲି କାଟିବା ଘଟଣାରେ ଧରିଲା ପୋଲିସ
6/04/2019 at 9:07 PM

ବଲାଙ୍ଗିର୬|୪: ବଲାଙ୍ଗfର ଲେଡି ଡନ ସହ ୫ ଜଣଙ୍କୁ ହାତ କଟା ଘଟଣାରେ ଗିରଫ ସହ କୋର୍ଟ ଚାଲାଣ…. ଲେଡି ଡନ କରୁଥିଲା ଦିର୍ଘ ଦିନରୁ ବଳାଙ୍ଗୀର ରେ ବିଭିନ୍ନ ଅପରାଧ …….

ନିର୍ବାଚନ ପାଇଁ ଏବେ ପୋଲିସ ମୁଣ୍ଡରେ ଚଡକ ପଡିଥିବା ବେଳେ ପୋଲିସ ନାକତଳେ କେତେବେଳେ ଡକାୟତି କରୁଛି ଦୁବୃର୍ତ୍ତ ତ ଆଉ କେତେ ବେଳେ ଲୁଟ ମାର ଭଳି ଘଟଣା ଘଟାଉଛି। ସେପଟେ ଦିନ ଦିପହରେ ଳୋକଙ୍କୁ ହାଣିବା ସହ ମରଣାନ୍ତକ ଆକ୍ରମଣ ମଧ୍ୟ ହେଉଛି ବଲାଙ୍ଗୀର ସହରରେ।

ତେବେ ଏଭଳି ଏକ ଘଟଣା ଗତ ୧ ତାରିଖରେ ଘଟିଥିଲା ଇଚ୍ଛାପଡା ଠାରେ । ଦୁଇ ଜଣ ଯୁବକୁ ମରଣାନ୍ତକ ଆକ୍ରମଣ କରି ଜଣେ ଯୁବକର ହାତ ପାପୁଲି କାଟି ଦେଇଥିଲେ ସେହି ପଡାର କିଛି ପିଲା। ତେବେ ଏନେଇ ଯୁବକଙ୍କ ପରିବାର ଲୋକ ଥାନାରେ ଏତଲା ପରେ ପୋଲିସ ଆରମ୍ଭ କରିଥିଲା ତଦନ୍ତ।

ଆଳୁ ଖୋଳୁ ଖୋଳୁ ମହାଦେବ ଭଳି ସେଥିରେ ପଦାକୁ ଆସିଥିଲା ଘଟଣା ପଛରେରେ ଥିବା ଜଣେ ଲେଡି ଡନ। ଜଣେ ୧୯ ବର୍ଷିୟ ଯୁବତୀ ଯେ ବଲାଙ୍ଗୀର ସହରରେ ଗତ କିଛି ମାସ ହେଲା କରିଆସୁଥିଲେ ବିଭିନ୍ନ ଅପରାଧ। ଯାହାର ଟେର ମଧ୍ୟ ପୋଲିସ ପାଉନଥିଲା।

ତେବେ ଏ ହାତ କଟା ଘଟଣାରେ ସିଧାସଳଖ ଯୁବତୀଙ୍କ ସମ୍ପୃକ୍ତି ଥିବା ବେଳେ ତାଙ୍କ ସହ ୫ ଜଣଙ୍କୁ ଗିରଫ କରିଛି ପୋଲିସ।

ଆଲୋକ ଦାଶଙ୍କ ହାତ କାଟା ଘଟଣାର ମୂଖ୍ୟ ତୁଷାର ପାଢୀ( ଟାନା) ଓ ଆସୁତୋଷ ପାଢୀ( ମୁନା) ସହ ଘାଷି ବନଛୋର , ଝସକେତନ ନନ୍ଦ , ଡିଲୁ ବନଛୋର ଓ ଲେଡି ଡନ ଆରଇଆ ଆସୁ ଓରଫ ତ୍ରିଷ୍ନା ବେହେରାକୁ ଗିରଫ କରିଛି ବଲାଙ୍ଗୀର ଆଦର୍ଶଥାନା ପୋଲିସ।

ସମସ୍ତଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ତାଙ୍କ ପାଖରୁ ୪ ଟି ମୋବାଇଲ , ଗୋଟିଏ ଟାଙ୍ଗିଆ , ଗୋଟିଏ ଷ୍ଟିଲ ଟାଙ୍ଗିଆ ଓ ଗୋଟିଏ ଦେଶି ପିସ୍ତଲ ଜବତ କରିଛି ପୋଲିସ।

ନିଶା ଯୋଗୁଁ ଏଭଳି ଘଟଣା ଘଟୁଥିବା ସହ ଏମାନଙ୍କ ମଧ୍ୟ ଆହୁରି କିଛି ଜଣଙ୍କ ସମ୍ପୃକ୍ତି ଅନ୍ୟ ଘଟଣା ସହ ରହିଛି ତାହାର ଖୋଲତାଡ କରୁଛି ପୋଲିସ। ସେପଟେ ବିଭିନ୍ନ ଅପରାଧରେ ସମ୍ପୃକ୍ତ ଥିବା ଲେଡି ଡନ ତ୍ରିଷ୍ନାର ମଧ୍ୟ ଖୋଲତାଡ କରୁଛି ପୋଲିସ।

ଏତେ କମ ବୟସର ଜଣେ ଯୁବତୀ କେମିତି ଗୋଟି ଅପରାଧ ସାମ୍ରାଜ୍ୟର ଡନ୍ ହେଲା ସେ ସମ୍ପର୍କରେ ପୋଲିସ ଖୋଳତାଡ କରୁଥିବାବେଳେ ଜଣାପଡିଛି ଯେ, ସେ ଯୁକ୍ତ ଦୁଇ ବିଜ୍ଞାନର ଛାତ୍ରୀଥିଲା । ବଲାଙ୍ଗିର ରାଜୀବନଗରରେ ନିଜ ପରିବାର ସହ ମଧ୍ୟ ରହୁଥିଲା । କୌଣସି କାରଣରୁ କୁ ସଂଗରେ ପଡି ସବୁ ପ୍ରକାର ନିଶା ସେବନ କରିବାକୁ ଲାଗିଲା । ସେଇ ନିଶା ତାକୁ ଧୀରେଧୀରେ ଅପରାଧ ସାମ୍ରାଜ୍ୟ ଭିତରକୁ ଠେଲି ନେଇଛି ।

ରାସ୍ତାରେ ରାହାଜାନୀ ଲୁଟଠାରୁ ଆରମ୍ଭ କରି ବ୍ଲାକମେଲିଂ ପର୍ଯ୍ୟନ୍ତ ସବୁ କଥା କେବଳ ନିଶା ପାଇଁ କରୁଥିବା ଜଣାପଡିଛି । ଲେଡି ଡନ ଯେହେତୁ ପଢାପଢି କରିଛି ଏବଂ ଅନ୍ୟମାନଙ୍କଠୁ ଅପେକ୍ଷାକୃତ ଚାଲକ ତେଣୁ ସବୁ ଅପରାଧର ନକ୍ସା ତିଆରି କରିଥାଏ ସେ । ବଲାଙ୍ଗିର ସହର ମଧ୍.ରେ ସେ ଆତଙ୍କ ସୃଷ୍ଟି କରିଥିଲା କହିଲେ ଭୁଲ ହେବ ନାହିଁ । କିନ୍ତୁ କେବେ ସାମ୍ନାକୁ ଆସୁନଥିଲା ସେ ।
