ଗୋଟିଏ ଦିନରେ ୧୯୯୩ ନୂଆ କରୋନା ସଂକ୍ରମିତ : ୨୪ ଘଣ୍ଟାରେ ସର୍ବାଧିକ ବୃଦ୍ଧି ରେକର୍ଡ, ୩୫ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା
1/05/2020 at 6:02 PM

ନୂଆଦିଲ୍ଲୀ ୦୧/୦୫ : ଦେଶରେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ଦେଶରେ ୧୯୯୩ ନୂଆ କରୋନା ମାମଲା ସାମ୍ନାକୁ ଆସିଛି।୭୩ ଜଣଙ୍କ ମୃତ୍ୟୁ ହୋଇଛି।ଭାରତରେ ଏଯାଏ ଏହି ଘାତକ ଭାଇରସ ୧୧୪୭ ଜଣଙ୍କର ଜୀବନ ନେଲାଣି। ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏଯାଏ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫ ହଜାର ଟପିଲାଣି। ଗତ ୨୪ ଘଣ୍ଟାରେ କୋରୋନା ରୋଗରୁ ୫୬୪ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଏଯାଏ ମୋଟ ୮ହଜାର ୮୮୯ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ମହାରାଷ୍ଟ୍ରରେ କରୋନା ସ୍ଥିତି ଚିନ୍ତାଜନକ।
କମୁନି କରୋନା ପ୍ରକୋପ। ଦିନକୁ ଦିନ ଦେଶରେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ସ୍ବାସ୍ଥ୍ୟମନ୍ତ୍ରଣାଳୟ ଦିଆଯାଇଥିବା ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟାରେ ଦେଶରେ ୧୯୯୩ ନୂଆ କରୋନା ମାମଲା ସାମ୍ନାକୁ ଆସିଛି।୭୩ ଜଣଙ୍କ ମୃତ୍ୟୁ ହୋଇଛି।ଭାରତରେ ଏଯାଏ ଏହି ଘାତକ ଭାଇରସ ୧୧୪୭ ଜଣଙ୍କର ଜୀବନ ନେଲାଣି। ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏଯାଏ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫ ହଜାର ଟପିଲାଣି।ଏପଟେ କରୋନା ରୋଗରୁ ସୁସ୍ଥ ହେବାରେ ଆକ୍ରାନ୍ତଙ୍କ ସଂଖ୍ୟାରେ ମଧ୍ୟ ଦ୍ରୁତଗତିରେ ବୃଦ୍ଧି ହେଉଛି। ଗତ ୨୪ ଘଣ୍ଟାରେ କୋରୋନା ରୋଗରୁ ୫୬୪ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଏଯାଏ ମୋଟ ୮ହଜାର ୮୮୯ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କରୋନା ରୋଗରୁ ସୁସ୍ଥ ହେବାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫.୩୭କୁ ବୃଦ୍ଧି ପାଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ମହାରାଷ୍ଟ୍ରରେ କରୋନା ସବୁଠୁ ଘାତକ ରୂପ ନେଇଛି।ଦିନକୁ ଦିନ ରାଜ୍ୟରେ କରୋନା ସ୍ଥିତି ଚିନ୍ତାଜନକ ହେବାରେ ଲାଗିଛି।ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ପାର୍ କରିଥିବାବେଳେ ଏଯାଏ ଦେଶରେ ସର୍ବାଧିକ କେବଳ ମହାରାଷ୍ଟ୍ରରେ ୪୫୯ ଜଣଙ୍କର ମୃତ୍ୟୁ ହୋଇଛି।ଗୁଜରାଟରେ ଗତ ୨୪ ଘଣ୍ଟା ଭିତରେ ୩୧୩ଟି ନୂଆ ମାମଲା ଆସିଥିବାବେଳେ ଆହୁରି ୧୭ ଜଣଙ୍କର ମୃତ୍ୟୁ ହୋଇଛି। ରାଜଧାନୀ ଦିଲ୍ଲୀରେ ମଧ୍ୟ କରୋନା ସ୍ଥିତି ବେଶ୍ ଗମ୍ଭୀର ରହିଛି।ଦିଲ୍ଲାରେ ଗତ ୨୪ ଘଣ୍ଟାରେ ଆଉ ୭୬ଟି ମାମଲା ଆସିବାପରେ ମୋଟ ସଂକ୍ରମିତିଙ୍କ ସଂଖ୍ୟା ୩୫୧୫କୁ ବୃଦ୍ଧି ପାଇଛି।୫ ଜଣ ଆଇଟିବିପି ଅଧିକାରୀ କରୋନା ସଂକ୍ରମଣରେ ସଂକ୍ରମିତ ହେବାପରେ ୯୦ଟି ଟ୍ରୁପସକୁ କ୍ବାରଣ୍ଟାଇନରେ ରଖାଯାଇଛି।ଏପଟେ ଦିଲ୍ଲୀ ସ୍ଥିତି ମୟୁର ବିହାର ସିଆରପିଏଫ କ୍ୟାମ୍ପ ପାଲଟିଛି କୋରୋନା ଏପିସେଣ୍ଟର।ଏହି କ୍ୟାମ୍ପରେ ଆହୁରି ୧୨ ଜଣ ଯବାନ ପଜିଟିଭି ଜଣାପଡିବାପରେ ଏଠାରେ ପଜିଟିଭଙ୍କ ସଂଖ୍ୟା ୬୦କୁ ବୃଦ୍ଧି ପାଇଛି।
ସେପଟେ ସାରା ବିଶ୍ବରେ କରୋନାରେ ୩୩ ଲକ୍ଷ ୮ହଜାର ୨୩୩ ଜଣ କୋରନାରେ ଆକ୍ରାନ୍ତ ହୋଇଛନ୍ତି । ସେହିପରି ମୃତ୍ୟୁସଂଖ୍ଯା ୨ ଲକ୍ଷ ୩୪ ହଜାର ୧୦୫କୁ ବୃଦ୍ଧି ପାଇଛି। ଏବେ ରୁଷ୍ ରେ କରୋନା ଭୂତାଣୁ ଉଗ୍ର ରୂପ ନେଉଛି । ମାତ୍ର ସପ୍ତାହକ ମଧ୍ୟରେ ସଂକ୍ରମଣ ଆଶାତୀତ ଭାବେ ବଢ଼ିଯିବାରୁ ରୁଷ୍ ସ୍ଥିତି ସାଂଘାତିକ ହୋଇଯାଇଛି। ରୁଷ୍ ରେ ୨୪ ଘଣ୍ଟାରେ ୭ ହଜାରରୁ ଅଧିକ କରୋନା ମାମଲା ଚିହ୍ନଟ ହୋଇଛି ଏବଂ ଦେଶରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ଟପିଛି । ଆମେରିକାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ୨ ହଜାର ୨ଶହ ଜଣଙ୍କ ମୃତ୍ୟୁ ହୋଇଛି ।
ନ୍ୟୁୟର୍କ, ନ୍ୟୁଜର୍ସି,ମାସାଚ୍ୟୁସେଟ,କାଲିଫର୍ଣ୍ଣିଆ,ପେନସିଲଭାନିଆରେ ସ୍ଥିତି ବହୁତ ଖରାପ। ଆମେରିକାରେ ମୋଟ୍ ମୃତ୍ୟୁସଂଖ୍ୟା ୬୩ ହଜାର ଟପିଛି। ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୬୫ ହଜାରୁ ଅଧିକ । ଜର୍ମାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୬୧ ହଜାର ୫୩୯ରେ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ୬ ହଜାର ୪୬୭ ରହିଛି। ସେପଟେ ୟୁରୋପରେ ଏବେ ବ୍ରିଟେନ୍ ଅଧିକ ପ୍ରଭାବିତ ହୋଇଛି। ବ୍ରିଟେନ୍ ରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୬ ହଜାର ଟପିଛି ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୬୫ ହକାର ୨୨୧ ରହିଛି |