ଜଗନ୍ନାଥ ବିଦ୍ୟାପୀଠର ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ

Published By : Prameya-News7 Bureau | January 14, 2020 IST

କଟକ ୧୪।୦୧: କଟକ ଜିଲ୍ଲା ନିଆଳି ଅନ୍ତର୍ଗତ ଏକବରୁଆ ଜଗନ୍ନାଥ ବିଦ୍ୟାପୀଠର ୧୯୯୨ ବ୍ୟାଚ୍‌ର ଛାତ୍ରଛାତ୍ରୀମାନଙ୍କ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ନିଜର ଦୀର୍ଘ ବର୍ଷର ଅନୁଭୂତି ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା । ସ୍କୁଲ ପାଠ ପଢା ସରିବା ପରେ ନିଜ ନିଜ ବୃତିରେ ଥାଇ କିଏ କେଉଁ କାର୍ଯ୍ୟରେ ବ୍ୟସ୍ତ ରହୁଥିଲେ । କିନ୍ତୁ ଏହି ବନ୍ଧୁମିଳନ ଅବସରରେ ସାଥୀମାନଙ୍କୁ ପାଖରେ ଅତ୍ୟନ୍ତ ଆନନ୍ଦ ହୋଇଥିଲେ । ତେବେ ଏହି କାର୍ଯ୍ୟକ୍ରମ ଅବସରରେ ସମସ୍ତ ଛାତ୍ରଛାତ୍ରୀମାନେ ଆସନ୍ତା ବର୍ଷକୁ ଏହିପରି ଭାବରେ ପୁଣି ସାକ୍ଷାତ କରିବେ ବୋଲି ପ୍ରତିଶୃତି ବଦ୍ଧ ହୋଇଛନ୍ତି ।

{"id":211169,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.