scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୧୯୮୩ରେ ଟିମ୍‌ ଇଣ୍ଡିଆକୁ କେତେ ଟଙ୍କା ମିଳିଥିଲା ପୁରସ୍କାର ରାଶି ? ଜାଣନ୍ତୁ…

23/09/2023 at 12:25 PM

ନୂଆଦିଲ୍ଲୀ ୨୩।୦୯: ଆରମ୍ଭ ହୋଇଗଲାଣି ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ ପାଇଁ କାଉଣ୍ଟଡାଉନ୍ । ୫ ଅକ୍ଟୋବରରେ ଆରମ୍ଭ ହେବ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ । ଏଥିପାଇଁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ସମସ୍ତ ପ୍ରସ୍ତୁତି । ଆଇସିସି ଓ୍ବାର୍ଲକପ୍‌ ୨୦୨୩ ପାଇଁ ଘୋଷଣା କରିଛି ପୁରସ୍କାର ରାଶି । ଚାମ୍ପିଅନ୍‌ ଦଳକୁ ଟ୍ରଫି ସହ ୩୩ କୋଟି ୧୮ ଲକ୍ଷ ଏବଂ ରନର୍ସ ଅପ୍‌ ଟିମ୍‌କୁ ୧୬ କୋଟି ୫୯ ଲକ୍ଷ ଟଙ୍କାର ଦିଆଯିବ ପୁରସ୍କାର ରାଶି ।

ସେହିପରି ସେମି ଫାଇନାଲରେ ପରାଜିତ ୨ ଟିମ୍‌କୁ ମିଳିବ ୬ କୋଟି ୬୩ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ରାଶି । ଅନ୍ୟପଟେ ଗ୍ରୁପ ପର୍ଯ୍ୟାୟରୁ ଅଭିଯାନ ଶେଷ କରୁଥିବା ବାକି ୬ଟି ଦଳକୁ ୮୨ ଲକ୍ଷ ୯୪ ହଜାର ଟଙ୍କାର ଆର୍ଥିକ ରାଶି ମିଳିବ । ଏହାବାଦ୍‌ ଗ୍ରୁପ ପର୍ଯ୍ୟାୟରେ ପ୍ରତି ମ୍ୟାଚ୍‌ରେ ବିଜୟ ପିଛା ୩୩ ଲକ୍ଷ ୧୭ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ ।

କିନ୍ତୁ ଜାଣନ୍ତି କି ୧୯୮୩ରେ ପ୍ରଥମ ଥର ବିଶ୍ୱକପ ଟ୍ରଫି ଜିତିବା ପରେ ଭାରତୀୟ ଟିମ୍‌ଙ୍କୁ କେତେ ଟଙ୍କା ମିଳିଥିଲା ? ବାସ୍ତବରେ କପିଲ ଦେବଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ଯେତେବେଳେ ବିଶ୍ୱକପ ଜିତିଲା, ସେତେବେଳେ ଟୁର୍ଣ୍ଣାମେଣ୍ଟ ପାଇଁ ଆଇସିସି ପକ୍ଷରୁ କୌଣସି ପୁରସ୍କାର ରାଶି ପ୍ରଦାନ କରାଯାଇ ନଥିଲା । କିନ୍ତୁ ବିସିସିଆଇ ଖେଳାଳିଙ୍କୁ ପ୍ରତି ମ୍ୟାଚରେ ପ୍ରାୟ ୨୧୦୦ ଟଙ୍କା ଫି ଦେଉଥିଲା ।

 ଯେତେବେଳେ ଭାରତୀୟ ଟିମ୍‌ ଓ୍ବାର୍ଲକପ୍‌ ଜିତିଲା, ବୋର୍ଡ ପ୍ରତ୍ୟେକ ଖେଳାଳିଙ୍କୁ ୨୫ ହଜାର ଟଙ୍କା ଦେବାକୁ ଘୋଷଣା କରିଥିଲା । କିନ୍ତୁ ସେତେବେଳେ ଏତେ କମ୍ ଟଙ୍କାକୁ ନେଇ ବିରୋଧ କରାଯାଇଥିଲା । ପରେ ବୋର୍ଡ ଦିଲ୍ଲୀରେ ଲତା ମଙ୍ଗେଶକରଙ୍କ ଏକ କନ୍ସର୍ଟ ଆୟୋଜନ କରିଥିଲା ​​। ଯେଉଁଥିରେ ପ୍ରାୟ ୨୦ ଲକ୍ଷ ଟଙ୍କା ରୋଜଗାର ହୋଇଥିଲା । ଆଉ ଖେଳାଳିଙ୍କୁ ଏହି ଟଙ୍କା ଦିଆଯାଇଥିଲା ।  

You Can Read:

   Related Posts