କଟକ ସହରରୁ ଆଉ ୧୯୮ କରୋନା ପଜିଟିଭ୍ ଚିହ୍ନଟ, ସ୍ଥାନୀୟ ସଂକ୍ରମିତ ୭୪

Published By : Prameya-News7 Bureau | September 01, 2020 IST

କଟକ, ୦୧|୦୯:  ମଙ୍ଗଳବାର କଟକ ସହରରୁ  ଆଉ ୧୯୮ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏନେଇ କଟକ ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି ।

wp:html /wp:html

ଆକ୍ରାନ୍ତଙ୍କ ମଧ୍ୟରୁ ୬୭ ଜଣ ସରକାରୀ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି । ଏହାସହ ୫୭ ଜଣ ହୋମ କ୍ୱାରେନଣ୍ଟାଇନରେ ଥିବା ବେଳେ ୭୪ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି ।

ସୂଚନାଯୋଗ୍ୟ, କଟକ ସହରରେ ଏବେ ସୁଦ୍ଧା ୫,୧୨୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେଥି ମଧ୍ୟରୁ ୩,୨୩୨ ଜଣ ସୁସ୍ଥ ହୋଇଛନ୍ତି। ୨୭ ଜଣଙ୍କର ମୃତ୍ୟୁ ହୋଇଛି ଓ ୧,୮୬୩ ଟି ସକ୍ରିୟ କେସ୍ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.