ଭୁବନେଶ୍ୱରରୁ ଆଉ ୧୯୮ କରୋନା ପଜିଟିଭ୍ ଚିହ୍ନଟ, ସ୍ଥାନୀୟ ସଂକ୍ରମିତ ୯୪

Published By : Prameya-News7 Bureau | August 17, 2020 IST

ଭୁବନେଶ୍ୱର, ୧୭|୦୮:  ସୋମବାର ରାଜଧାନୀ ଭୁବନେଶ୍ୱରରୁ ଆଉ ୧୯୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫୪୮୭କୁ ବୃଦ୍ଧି ପାଇଛି ।

wp:html /wp:html

ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୪ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୯୪ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ଏହାସହ ୧୩୨ଜଣ ଆରୋଗ୍ୟ ଲାଭ କରିଛନ୍ତି ।

ସୂଚନାଯୋଗ୍ୟ, ଭୁବନେଶ୍ୱରରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୫୪୮୭ରେ ପହଁଚିଥିବା ବେଳେ ୩୫୬୭ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏହାସହ ୨୭ଜଣ ପ୍ରାଣ ହରାଇଥିବା ବେଳେ ଏବେ ବି ୧୮୮୭ଟି ସକ୍ରିୟ କେସ୍ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.