ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

IND vs NZ : ନ୍ୟୁଜିଲାଣ୍ଡକୁ ୧୯୨ ରନ୍‌ର ଟାର୍ଗେଟ, ଟିମ୍‌ ସାଉଦୀଙ୍କ ହାଟ୍ରିକ୍‌ ଶିକାର

20/11/2022 at 2:20 PM

ମୁମ୍ବାଇ ୨୦।୧୧ : ନ୍ୟୁଜିଲାଣ୍ଡକୁ ସାମ୍ନାରେ ବିଶାଳ ସ୍କୋର । ୨୦ ଓଭର ୧୯୨ରନ୍‌ ଟାର୍ଗେଟ ଦେଲା ମେନ୍‌ ଇନ୍‌ ବ୍ଲୁ । ୨ୟ ଟି-୨୦ ମ୍ୟାଚ୍‌ରେ ୬ ଓ୍ୱିକେଟ୍‌ ହରାଇ ୧୯୧ ରନ୍‌ କରିଛି ଟିମ୍‌ ଇଣ୍ଡିଆ । ସୂର୍ଯ୍ୟକୁମାର ଯାଦବ ଖେଳିଳେ ବିସ୍ଫୋରକ ଶତକୀୟ ଇନିଂସ । ୫୧ ବଲ୍‌ରେ ଖେଳିଲେ ୧୧୧ରନ୍‌ ପାରି । ସେପଟେ ନ୍ୟୁଜିଲାଣ୍ଡର ଅଭିଜ୍ଞ ବୋଲର ଟିମ୍‌ ସାଉଦୀ କରିଛନ୍ତି ହାଟ୍ରିକ୍‌ ଶିକାର ।

ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । ଯାହାଫଳର ଟିମ୍ ଇଣ୍ଡିଆ ପ୍ରଥମ ବ୍ୟାଟିଂ କରି ୨୦ ଓଭରରେ ୧୯୧ ରନ୍‌ କରିବାରେ ସକ୍ଷମ ହୋଇଥିଲା । ଏଥିରେ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ଶତକୀୟ ଇନିଂସ ରହିଛି । ଦଳ ପକ୍ଷରୁ ଇଶାନ୍‌ କିଶାନ ୩୬ ରନ୍‌, ପନ୍ଥ ୬, ଶ୍ରେୟସ ଆୟର, ୧୩, ହାର୍ଦ୍ଦିକ ପାଣ୍ଡ୍ୟ ୧୩, ସୂର୍ଯ୍ୟକୁମାର ଯାଦବ ୧୧୧ ରନ୍‌ କରିଥିଲେ । ବାକି ଦୀପକ ହୁଡ୍ଡା, ଓ୍ୱାସିଂଟନ୍‌ ସୁନ୍ଦର ବିନା କୌଣସି ରନ୍‌ କରି ପାଭିଲିୟନ ଫେରିଥିଲେ ।

ସେପଟେ ଭାରତୀୟ ବ୍ୟାଟସମ୍ୟାନ୍‌ଙ୍କୁ ରୋକିବାରେ ଫେଲ୍‌ ମାରିଥିଲେ ନ୍ୟୁଜିଲାଣ୍ଡ ବୋଲର । ୨ୟ ଟି-୨୦ ମ୍ୟାଚ୍‌ରେ ଟିମ୍‌ ସାଉଦୀଙ୍କ ବ୍ୟତୀତ ଆଉ କୌଣସି ବୋଲର ଭାରତୀୟ ବ୍ୟାଟସମ୍ୟାନ୍‌ଙ୍କ ଉପରେ ଚାପ ପକାଇପାରିନଥିଲା । ଯାହାଫଳରେ ବିଶାଳ ସ୍କୋର କରିବାରେ ସଫଳ ହୋଇଥିଲା ଟିମ୍‌ ଇଣ୍ଡିଆ । କିନ୍ତୁ ମ୍ୟାଚ୍‌ର ୧୯ ଓଭରରେ ହାଟ୍ରିକ ଓ୍ୱିକେଟ୍‌ କରିଥିଲେ ଟିମ୍‌ ସାଉଦୀ । ସେ ମୋଟ ୪ ଓଭର ବୋଲିଂ କରି ସର୍ବାଧିକ ୩ଟି ଓ୍ୱିକେଟ୍‌ ନେଇଛନ୍ତି । ତାଙ୍କ ପଛକୁ ଲକି ଫର୍ଗ୍ୟୁସନ୍‌ ୨ଟି ଓ୍ୱିକେଟ୍‌, ସେ ମୋଟ ୪ ଓଭର ବୋଲିଂ କରି ୪୯ ରନ୍‌ ଦେଇଛନ୍ତି । ବାକି ନ୍ୟୁଜିଲାଣ୍ଡ ସ୍ପିନର ସୋଢି ୪ ଓଭର ବୋଲିଂ କରି ୩୫ ରନ୍‌ ଦେଇ ଗୋଟିଏ ଓ୍ୱିକେଟ୍‌ ନେବାର ସଫଳ ହୋଇଛନ୍ତି ।

   Related Posts