ଆକ୍ରାନ୍ତଙ୍କ ତୂଳନାରେ ଅଧିକ ରହୁଛି ସୁସ୍ଥ ସଂଖ୍ୟା, ୨୪ ଘଣ୍ଟାରେ ଆରୋଗ୍ୟ ହୋଇ ଘରକୁ ଫେରିଲେ ୧୯୧୧ ସଂକ୍ରମିତ
31/10/2020 at 8:40 PM

ଭୁବନେଶ୍ଵର ୩୧।୧୦: ଗତ ଏକ ମାସ ହେବ ଓଡିଶାରେ କରୋନା ସଂକ୍ରମଣ କମିବାରେ ଲାଗିଛି। ରାଜ୍ୟରେ ଦୈନିକ ସଂକ୍ରମଣ ତୂଳନାରେ ଆରୋଗ୍ୟସଂଖ୍ୟା ଅଧିକ ରହିଛି। ଏହି କ୍ରମରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୪୭୦ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୯୧୧ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୨, ୭୫, ୭୪୯କୁ ବୃଦ୍ଧି ଘଟିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ଵିଟ୍ ଯୋଗେ ଶନିବାର ଏହାର ସୂଚନା ଦେଇଛି।
Another 1911 Covid patients have recovered and are being discharged on 31.10.2020
— H & FW Dept Odisha (@HFWOdisha) October 31, 2020
245 from Khordha
153 from Cuttack
138 from Bolangir
101 from Sundargarh
96 from Mayurbhanj
81 from Jagatsinghpur
78 from Anugul
78 from Kalahandi
76 from Nuapada
74 from Baleswar
72 from Jajapur
ବିଭାଗ ଅନୁଯାୟୀ ଖୋର୍ଦ୍ଧାର ଜିଲ୍ଲାରୁ ସର୍ବାଧିକ ୨୪୫ ଜଣ କୋଭିଡ୍-୧୯ରୁ ମୁକ୍ତ ହୋଇଛନ୍ତି। ସେହିପରି କଟକ ଜିଲ୍ଲାରୁ ୧୫୩, ବଲାଙ୍ଗୀରରୁ ୧୩୮, ସୁନ୍ଦରଗଡରୁ ୧୦୧, ମୟୂରଭଞ୍ଜରୁ ୯୬, ଜଗତସିଂହପୁରରୁ ୮୧, ଅନୁଗୁଳରୁ ୭୮, କଳାହାଣ୍ଡିରୁ ୭୮,ନୂଆପଡାରୁ ୭୬, ବାଲେଶ୍ଵରରୁ ୭୪, ଯାଜପୁରରୁ ୭୨, କେନ୍ଦୁଝରରୁ ୭୧, ବରଗଡରୁ ୬୩, କେନ୍ଦ୍ରାପଡାରୁ ୫୨, ଭଦ୍ରକରୁ ୫୦, ପୁରୀରୁ ୫୦, ସମ୍ବଲପୁରରୁ ୫୦ ସଂକ୍ରମିତ ସୁସ୍ଥ ହୋଇଛନ୍ତି।
9 from Deogarh
— H & FW Dept Odisha (@HFWOdisha) October 31, 2020
8 from Gajapati
2 from Boudh
51 from State Pool
The total recovered cases of Odisha now stand at 275749
ସେହି ପରି ଢେଙ୍କାନାଳରୁ ୪୬, ନବରଙ୍ଗପୁରରୁ ୪୫, କୋରାପୁଟରୁ ୪୨, ଝାରସୁଗୁଡାରୁ ୩୬, ନୟାଗଡରୁ ୩୩, ଗଞ୍ଜାମରୁ ୨୬, ମାଲକାନଗିରିରୁ ୨୫, କନ୍ଧମାଳରୁ ୨୪, ସୋନପୁରରୁ ୨୦, ରାୟଗଡାରୁ ୧୬, ଦେବଗଡରୁ ୯, ଗଜପତିରୁ ୮ ଓ ବୌଦ୍ଧରୁ ୨ ଜଣ କରୋନାରୁ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।
ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧୪୭୦ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨,୯୦,୧୧୬ରେ ପହଞ୍ଚିଛି। ସେହି ପରି ରାଜ୍ୟରେ ଆଉ ୧୨ ଜଣଙ୍କ କରୋନାରେ ପ୍ରାଣଘାନୀ ଘଟିଛି। କରୋନାଜନିତ ମୃତ୍ୟୁ ସଂଖ୍ୟା ୧୩୨୦ରେ ଛୁଇଁଛି। ଆଜିର ସୁସ୍ଥକୁ ମିଶାଇ ମୋଟ୍ ଆରୋଗ୍ୟ ସଂଖ୍ୟା ୨, ୭୫, ୭୪୯କୁ ବୃଦ୍ଧି ଘଟିଛି।