Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବାପା ଓ ସାବତ ମାଆଙ୍କ ଅସହ୍ୟ ନିର୍ଯାତନା; ଆତ୍ମହତ୍ୟା କଲେ ୧୯ ବର୍ଷୀୟ ପୁଅ

4/07/2022 at 11:27 PM

ମାହାଙ୍ଗା ୦୪/୦୭: ପାରିବାରିକ କଳହର ପୁଣି ଏକ କରୁଣ ପରିଣତି ଦେଖିଵାକୁ ମିଳିଛି।କଟକ ଜିଲ୍ଲା ମାହାଙ୍ଗାର ପୋଡ଼ାମରେଇ ପଞ୍ଚାୟତର ଗୋର୍ତାଙ୍ଗ ଗାଁରେ ସାବତ ମା’ର ନିର୍ଯାତନା ସହି ନପାରି ବେକରେ ରସି ଲଗାଇ ସାବତ ପୁଅର ଆତ୍ମହତ୍ୟା କରିଛି। ସାବତ ପୁଅ ଜଣକ ହେଲେ ୧୯ବର୍ଷୀୟ ରଞ୍ଜନ ନାୟକ। ରଞ୍ଜନଙ୍କ ବାପାଙ୍କର ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ସେ ଦ୍ବିତୀୟ ଵିଵାହ କରିଥିଲେ।ରଞ୍ଜନ ହାଇଦ୍ରାବାଦରେ ରହି କାମ କରୁଥିଲେ।

ତେବେ ବାପା ଦ୍ବିତୀୟ ବିବାହ କରିଥିବା ଖବର ପାଇଁ ସେ ଗାଁକୁ ଫେରିଥିଲେ। ମାତ୍ର ରଞ୍ଜନଙ୍କ ବାପା ରବୀନ୍ଦ୍ର ଓ ସାବତ ମା’ ତାଙ୍କୁ ଘରେ ପୁରାଇନଥିଲେ ଓ ୬ଦିନ କାଳ ରଞ୍ଜନ ଵାହାରେ ବୁଲି ଖିଆପିଆ କରିଥିଲେ। ଏଭଳି ବ୍ୟବହାରରେ ଅତିଷ୍ଠ ହୋଇ ରଞ୍ଜନ ଆଜି ଵେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସେପଟେ ରଞ୍ଜନଙ୍କ ମୃତ୍ୟୁ ପାଇଁ ତାଙ୍କ ଵାପା ନିଜକୁ ଦାୟୀ କରିଛନ୍ତି।

   Related Posts