suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଲକ୍‌ଡାଉନ୍‌ରେ ମାନିଲେନି ହାର୍, ପରିବାର ପାଇଁ ପ୍ରତିଦିନ ୧୨୦ କି:ମି: ସାଇକେଲ୍ ଚଲାଇ ମିଠା ବିକିବାକୁ ଯାଆନ୍ତି ୧୯ ବର୍ଷୀୟ ଯୁବକ

4/11/2020 at 7:25 PM

କୋଲକାତା ୦୪/୧୧ : ପଶ୍ଚିମବଙ୍ଗ ନଦିୟା ଜିଲ୍ଲାରେ ରହୁଥିବା ୧୯ ବର୍ଷୀୟ ଯୁବକ ଇମରାନ ଶେଖ ପ୍ରତିଦିନ ନିଜ ସାଇକେଲରେ ୧୨୦ କିମି ଯାତ୍ରା କରି ମିଠା ବିକ୍ରି କରିବାକୁ ଯାଆନ୍ତି। ରାଜ୍ୟରେ କରୋନା ସଙ୍କଟ ଯୋଗୁଁ ଲୋକାଲ ଟ୍ରେନ ବନ୍ଦ ରହିଥିବାରୁ ଇମରାନଙ୍କ ପାଖରେ ସାଇକେଲ ଛଡା ଆଉ କିଛି ବାଟ ନଥିଲା। ନିଜ ଜୀବନଯାପନ ପାଇଁ ସେ ଏହି ପଦକ୍ଷେପ ନେଲେ। ମୁମ୍ବାଇ ମିରରରଏକ ରିପୋର୍ଟ ଅନୁଯାୟୀ, ଇମରାନ ମିଠା ବିକିବାକୁ ପ୍ରତିଦିନ ୭ ରୁ ୮ ଘଣ୍ଟା ଯାତ୍ରା କରନ୍ତି। ପଶ୍ଚିମବଙ୍ଗ ନଦିୟା ଜିଲ୍ଲା ମିଠା ପାଇଁ ପ୍ରସିଦ୍ଧ। ଏଠାକାର ସରପୁରିୟା ମିଠା ବହୁତ ଲୋକପ୍ରିୟ। ଇମରାନ କହିଛନ୍ତି ଯେ ଲକଡାଉନ ସମୟରେ ସେ ଘରେ ବସିବାକୁ ଚାହୁଁନଥିଲେ। ଅନଲକ ୧ ପରେ ସେ ନିଜ କମ ଆରମ୍ଭ କରିଥିଲେ। କିନ୍ତୁ ଟ୍ରେନ ଚଳାଚଳ ବନ୍ଦ ଥିବାରୁ ସେ ନିଜ ସାଇକେଲରେ ଯାଇ ମିଥ ବିକ୍ରି କରିବାକୁ ନିଷ୍ପତ୍ତି ନେଲେ।

ଲୋକାଲ ମିଠା ବିକ୍ରେତାଙ୍କ ସହ ଇମରାନଙ୍କ ଭଲ ସମ୍ପର୍କ ଅଛି। ତାଙ୍କର ପ୍ରତି ମିଠା ପିସକୁ ୫ ଟଙ୍କା ଲେଖା ବିକ୍ରି ହୁଏ। ଏହା ବଜାର ଦରରୁ ବହୁତ କମ। କୋଲକାତାରେ ମିଠା ବିକ୍ରି କରିବା ଛଡା ଇମରାନ ତାଙ୍କ ବାଟରେ ଆସୁଥିବା ଗାଁମାନଙ୍କରେ ମଧ୍ୟ ମିଠା ବିକ୍ରି କରନ୍ତି। ସକାଳ ୭ଟା ରୁ କୋଲକାତାରେ ପହଞ୍ଚି ମିଠା ବିକିବା ଆରମ୍ଭ କରନ୍ତି। ଆରମ୍ଭରୁ ସେ ଦିନକୁ ୩୦୦ ପିସ ମିଠା ବିକ୍ରି କରୁଥିଲେ। ଏବେ ତାଙ୍କ ବ୍ୟାପାର ବଢି ଦିନକୁ ୭୦୦ ହେଲାଣି। ଏବେ ସେ ଦିନକୁ ୭୦୦ ମିଠା ବିକ୍ରି କରୁଛନ୍ତି। ଗ୍ରାହକ ତାଙ୍କୁ ଅଲଗା ପ୍ରକାର ମିଠା ବି ମାଗୁଛନ୍ତି। ସେଥିପାଇଁ ବର୍ତ୍ତମାନ ଇମରାନ ମିଠା ବ୍ୟବସାୟ ବହୁତ ଭଲ ଚାଲିଛି।

ଇମରାନ ବିକ୍ରି କରୁଥିବା ମିଠାମାନଙ୍କ ମଧ୍ୟରେ ରସଗୁଲ୍ଲା, ଗୁଲାବଯାମୁନ ଓ ଲଙ୍ଗଚା ପ୍ରମୁଖ। ଏହାସହ ସେ ଏକ ବ୍ୟାଗରେ ଶୁଖିଲା ମିଠା ବି ନେଇଯାନ୍ତି। ଇମରାନଙ୍କ ବାପା-ମା’ କ୍ଷେତରେ କମ କରନ୍ତି। ସେ ମିଠା ବିକ୍ରି କରି ପରିବାରକୁ ସାହାଯ୍ୟ କରନ୍ତି। ଇମରାନ ନିଜର ଏହି ବ୍ୟବସାୟକୁ ବହୁତ ଭଲ ପାଆନ୍ତି। ସେଥିପାଇଁ ଲକଡାଉନ କଟକଣା କୋହଳ ହେବାପରେ ସେ ନିଜ କମ ପୁଣି ଆରମ୍ଭ କରିଥିଲେ। ଇମରାନଙ୍କ ଏହି ପଦକ୍ଷେପ ଅନେକଙ୍କ ପାଇଁ ପ୍ରେରଣା।

   Related Posts