ଘରେ ଏକୁଟିଆ ଥିବାର ସୁଯୋଗ ନେଇ ଯୁବତୀଙ୍କୁ ଗଣଦୁଷ୍କର୍ମ
11/09/2018 at 2:22 PM

କେନ୍ଦୁଝର ୧୧/୯ : ବଡ଼ବିଲରେ ପୁଣି ଦେଖିବାକୁ ମିଳିଛି ଲଜ୍ଜା । ବଡ଼ବିଲ ଚଟେଇ ହଟିଂ ଅଂଚଳରେ ଘଟିଛି ଏହି ଲଜ୍ଜା ଜନକ ଘଟଣା । ଏନେଇ ଗତକାଲି ରାତିରେ ବଡ଼ବିଲ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତତ୍ପରତା ପ୍ରକାଶ କରି ଘଟଣାରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତ ଭୋଲା ବାହାଦୁର ଓ ତାକୁ ସହେଯାଗ କରିଥିବା ଅନ୍ୟ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୋଗ ଅନୁଯାୟୀ, ଚମ୍ପୁଆ ଅଂଚଳର ଏହି ୧୯ ବର୍ଷିୟା ପୀଡିତା ଯୁବତୀ ଜଣକ ଚଟେଇ ହଟିଂ ସ୍ଥିତ ନିଜ ଭଉଣୀ ଓ ଭିଣୋଇ ଘରକୁ ଆସିଥିଲେ । ଗତକାଲି ଭଉଣୀ ଓ ଭିଣୋଇ ମେଡିକାଲକୁ ଯାଇଥିବା ସମୟରେ ଯୁବତୀ ଜଣକ ଏକୁଟିଆ ଘରେ ଥିଲେ । ଦିନ ପ୍ରାୟ ଦେଢ଼ଟା ସମୟରେ ଏହାର ସୁଯୋଗ ନେଇ ମୁଖ୍ୟ ଅଭିଯୁକ୍ତ ଭୋଲା ବାହାଦୁର ଅନ୍ୟ ଜଣେ ଯୁବକ ଯିଏ କି ଜଣେ ନାବାଳକ ବୋଲି କୁହା ଯାଉଛି ତା ସହ ସେଠାକୁ ଯାଇଥିଲେ। ଭୋଲା ବାହାଦୁର ଘରଭିତରକୁ ପଶିବା ପରେ ସହେଯାଗୀ ଯୁବକ ଘରର କବାଟ ବନ୍ଦ କରି ଦେଇଥିଲେ ଏବଂ ଭୋଲା ବଳପୂର୍ବକ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ ବୋଲି ପୋଲିସ ତଦନ୍ତରୁ ଜଣାପଡ଼ଛି । ଆଜି ପୀଡିତା ଏବଂ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରାଯିବା ବୋଲି ପୋଲିସ କହିଛି । ବଡ଼ବିଲ ପୋଲିସ ଘଟଣାର ଅଧତ୍କ ତଦନ୍ତ ଜାରି ରଖିଛି ।