ଅଜବ ପ୍ରେମ : ୪୭ ବର୍ଷୀୟ ଶିକ୍ଷକଙ୍କ ପ୍ରେମରେ ଉବୁଟୁବୁ ୧୯ ବର୍ଷର ଛାତ୍ରୀ, ରୋମାନ୍ସ ପାଇଁ ପାଠ ପଢ଼ା ଛାଡ଼ିଲେ ଯୁବତୀ

Published By : Prameya-News7 Bureau | August 12, 2021 IST

ନୂଆଦିଲ୍ଲୀ ୧୨/୦୮ : ପ୍ରେମ ସତ୍ୟ, ପ୍ରେମ ଶାସ୍ବତ, ପ୍ରେମ ଚିରନ୍ତନ । କଥାରେ ଅଛି ପ୍ରେମ ବୟସ, ସୁନ୍ଦରତା କିମ୍ବା ଧନ ସମ୍ପତ୍ତି ଦେଖି କରାଯାଏ ନାହିଁ । ପ୍ରେମ ମାନେନା ବୟସର ବନ୍ଧବାଡ । ପ୍ରେମର ସଜ୍ଞା ସୀମାହୀନ ଦିଗନ୍ତ ବିସ୍ତାର । ପ୍ରେମର ପରିବ୍ୟାପ୍ତି ବ୍ୟାପକ ।

କରୋନା ମହାମାରୀ କାରଣରୁ  ଲୋକେ ଅନେକ ମାସ ପର୍ଯ୍ୟନ୍ତ ଘରେ ବନ୍ଦ ହୋଇ ରହିଥିଲେ । ଏପରି ପରିସ୍ଥିତିରେ  ଘରେ ରହି ଖାଦ୍ୟ  ପ୍ରସ୍ତୁତ କରିବା ତଥା ଅନ୍ୟାନ୍ୟ କାର୍ଯ୍ୟରେ ଲିପ୍ତ ରହି ନୂଆ ନୂଆ ଏକ୍ସପେରିମେଣ୍ଟ କରିଥିଲେ କିଛି ବ୍ୟକ୍ତି । ତେବେ ଯୁବପିଢି ସୋସିଆଲ ମିଡିଆରେ ବ୍ୟସ୍ତ ରହବା ସହ ନୂଆ ନୂଆ ସାଙ୍ଗ ବନେଇବାକୁ ବେଶ ପସନ୍ଦ କରୁଥିଲେ । ବର୍ତ୍ତମାନ ଭାବନ୍ତୁ ଯଦି ଜଣେ ୧୯ ବର୍ଷୀୟା ଯୁବତୀ ୪୭ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ହୃଦୟ ଦେଇ ବସନ୍ତି ତାହାଲେ କଣ ହେବ । ଏପରି ଏକ ଘଟଣା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଉଭୟ ଫେସବୁକ୍ ମାଧ୍ୟମରେ ପରିଚିତ ହୋଇଥିଲେ । ପରେ ପ୍ରେମ ସମ୍ପର୍କ ଗଢିଉଠିଥିଲା ।  ଏବେ ରୋମାନ୍ସ ପାଇଁ ପାଠ ପଢ଼ା ଛାଡ଼ି ଦେଇଛନ୍ତି ଏହି ଯୁବତୀ ।

ଜେରେମୀ ପ୍ରାକ୍ଟିକୋ  ନାମକ ବ୍ୟକ୍ତି ଆମେରିକାର ଭର୍ମୋଟରେ ରହୁଥିବାବେଳେ ୧୯ ବର୍ଷୀୟ ଚାର୍ଲିନ ଚାଲଟିନ୍ ବେଲଜିୟମ ବ୍ରୁସେଲରେ ରୁହନ୍ତି । ତେବେ ଉଭୟଙ୍କ ମଧ୍ୟରେ ୨୦୨୦ ରେ ସାକ୍ଷାତ ହୋଇଥିଲା ଏବଂ ତାହା ପୁଣି ଫେସବୁକ୍‌ ମାଧ୍ୟମରେ । ୪୭ ବର୍ଷୀୟ ଜେରେମୀ ପ୍ରାଟିକୋଙ୍କୁ ଫେସବୁକ୍ ଫ୍ୟାନ୍ ପେଜ୍ ମାଧ୍ୟମରେ ରେ ସାକ୍ଷାତ ହୋଇଥିଲା । ଏହା ପରେ ଚାଟିଂ ତା ପରେ ପ୍ରେମ ସମ୍ପର୍କ ଗଢିଉଠିଥିଲା । ବର୍ତ୍ତମାନ ପ୍ରେମ ପାଇଁ ଚାର୍ଲିନ ନିଜ ଦେଶ ଛାଡ଼ି ଜେରେମୀଙ୍କ ସହ ରହିବାକୁ ଆମେରିକା ଆସିବାକୁ ଚାହୁଁଛନ୍ତି । ସେ କହିଛନ୍ତି ଯେ ତାଙ୍କ ଜୀବନରେ କେବଳ ଜେରେମୀ ହିଁ ତାଙ୍କର ପ୍ରାଥମିକତା । ୨୮ ବର୍ଷର ବୟସ ବ୍ୟବଧାନ ପରେ ମଧ୍ୟ, ଏହି ଦମ୍ପତି ପରସ୍ପର ବିଷୟରେ ଅତ୍ୟନ୍ତ ଗମ୍ଭୀର ଅଛନ୍ତି ।

ଜେରେମୀ କହିଛନ୍ତି ଯେ ସେ ତାଙ୍କ ବୟସ ଅପେକ୍ଷା କମ୍ ପରିପକ୍ୱ ହୋଇଥିବାବେଳେ ଚାର୍ଲିନ ତାଙ୍କ ବୟସ ଅପେକ୍ଷା ବହୁତ ପରିପକ୍ୱ ଝିଅ । ଏହି କାରଣରୁ ସେମାନଙ୍କର ଯୋଡି ଦୃଢ଼ ହେବାରେ ଲାଗିଛି । ଜେରେମୀଙ୍କ ପ୍ରେମରେ ଚାର୍ଲିନ ଏତେ ପାଗଳ ଯେ ସେ ତାଙ୍କୁ ଅନ୍ଧ ଭଳି ଭଲ ପାଉଛନ୍ତି । ସେ କୁହନ୍ତି ଯେ ତାଙ୍କୁ କେବେ ମଧ୍ୟ ଜେରେମୀ ବୟସରେ ଅଧିକ ବଡ଼ ଲାଗନ୍ତି ନାହିଁ । ଏକ ବର୍ଷର ସମ୍ପର୍କ କରୋନା ଯୋଗୁଁ ଏହି ଦମ୍ପତି ପରସ୍ପରକୁ ମଧ୍ୟ ଭେଟି ପାରିନଥିଲେ । ତେବେ ଜେରେମୀ ବ୍ରୁସେଲ୍ସକୁ ଆସିବା ପରେ ସେମାନେ ୮ ଦିନ ଏକାଠି ବିତାଇଥିଲେ । ବର୍ତ୍ତମାନ ଚାର୍ଲିନ୍ ଯଥାଶୀଘ୍ର ଜେରେମୀଙ୍କ ସହ ଆମେରିକାକୁ ଯିବାକୁ ଚାହୁଁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.