ଉରୀ ସେକ୍ଟରରୁ ୧୯ବର୍ଷୀୟ ଆତଙ୍କବାଦୀ ଗିରଫ, ୨୦୧୬ ଭଳି ଆକ୍ରମଣ କରିବାକୁ ହୋଇଥିଲା ଷଡଯନ୍ତ୍ର, ସାତ ଦିନରେ ୪ ଆତଙ୍କୀ ସଫା

Published By : Prameya-News7 Bureau | September 28, 2021 IST

ଶ୍ରୀନଗର ୨୮/୦୯ : ଜାମ୍ମୁ କାଶ୍ମୀରରେ, ପାକିସ୍ତାନର ଆଉ ଏକ ବଡ ଆକ୍ରମଣ ଯୋଜନାକୁ ପଣ୍ଡ କରିଦେଇଛି ଭାରତୀୟ ସେନା । ପାକିସ୍ତାନ ପଟୁ ଅନେକ ଆତଙ୍କୀ ଅନୁପ୍ରବେଶ ପାଇଁ ଉଦ୍ୟମ କରୁଥିବା ବେଳେ ଏହାକୁ ପଣ୍ଡ କରିଦେଇଛନ୍ତି ସରକ୍ଷାବଳ । ସବୁଠାରୁ ବଡ କଥା ହେଉଛି ଲସ୍କର-ଏ-ତୋଏବାର ଜଣେ ଆତଙ୍କୀକୁ କାବୁ କରିବାରେ ଭାରତୀୟ ସେନା ସଫଳ ହୋଇଛି । ଗତ ୮/୯ ଦିନ ହେଲା ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ଆଜି ଜଣେ ଆତଙ୍କୀକୁ ନିପାତ କରିବା ସହିତ ଜଣଙ୍କୁ ଜୀବନ୍ତ ଧରିବାରେ ସଫଳ ହୋଇଛନ୍ତି ।

 ଗତ ୭ ଦିନ ମଧ୍ୟରେ ସାତ ଜଣ ଆତଙ୍କବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଛନ୍ତି ଭାରତୀୟ ଯବାନ । କିନ୍ତୁ ଯେଉଁ ଆତଙ୍କବାଦୀଙ୍କୁ ଜୀବନ୍ତ ଧରିଛନ୍ତି ସେ ହେଉଛି ଲସ୍କର ସଂଗଠନର ମାତ୍ର ୧୯ ବର୍ଷର ଆତଙ୍କୀ ଅଲ୍ଲୀ ବାବର । ଖବୁ କମ ବୟସରେ ସେ ଆତଙ୍କବାଦୀ ସଂଗଠନ ସହ ଯୋଡି ହୋଇଥିଲା ।

{"width":828,"height":621}
Breaking News

ମିଳିଥିବା ସୂଚନା ଅନୁସାରେ, ସେପ୍ଟେମ୍ବର ୨୫ ତାରିଖରେ ପାକିସ୍ତାନୀ ଆତଙ୍କବାଦୀ ଅତୀକ ଉର ରେହମାନଙ୍କୁ ଗୁଳିକରି ହତ୍ୟା କରିଥିଲେ ଭାରତୀୟ ସେନା । ରେହମାନ ସହ ଭାରତକୁ ଅନୁପ୍ରବେଶ କରୁଥିବା ଆଉ ଜଣେ ଆତଙ୍କୀକୁ କାବୁ କରିଥିଲେ ଯବାନ । କିନ୍ତୁ ତାର ପରିଚୟ ଜଣାପଡିନଥିଲା । ସେନା ଗୁଳି​‌ରେ ପ୍ରାଣ ହରାଇଥିବା ସମସ୍ତ ୬ ଆତଙ୍କବାଦୀ ପାକିସ୍ତାନ ପଞ୍ଜାବର ବୋଲି ଜଣାପଡିଛି । ବାପାଙ୍କ ମୃତ୍ୟୁ ପରେ ଲସ୍କର ଆତଙ୍କବାଦୀ ସଂଗଠନ ସହିତ ହାତ ମିଳାଇଥିଲା ଅଲ୍ଲୀ ବାବର । ଘରେ ତାର ମା’ ଏବଂ ଭଉଣୀ ବି ଅଛନ୍ତି । ୨୦୧୯ରେ ସେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଟ୍ରେନିଂ ନେଇଥିଲା ।

ସୂଚନାଯୋଗ୍ୟ, ଉରୀ ସେକ୍ଟରରେ ଗତ କିଛି ଦିନ ହେଲା ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ସେଠା​‌ରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ ବଢାଇ ଦିଆଯାଇଥିଲା । ଉରୀ ସେକ୍ଟରରେ ପାକିସ୍ତାନୀ ଅନୁପ୍ରବେଶକାରୀ ଆତଙ୍କବାଦୀମାନେ ଲଗାତାର ଭାବେ ପଶୁଥିବାରୁ ସର୍ଚ୍ଚ ଅପରେସନ ଜୋରଦାର କରିଛି ଭାରତୀୟ ସେନା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.