୬୧ ବର୍ଷର ବୟଫ୍ରେଣ୍ଡଙ୍କୁ ନେଇ ଘରେ ପହଞ୍ଚିଲେ ୧୯ ବର୍ଷିୟ ଯୁବତୀ: ରାଗିକି ବାପା ଓ ମାଆ ଡାକିଲେ ପୋଲିସ୍

Published By : Prameya-News7 Bureau | September 19, 2021 IST

ନୂଆଦିଲ୍ଲୀ ୧୯/୦୯: ସାଧାରଣତଃ କଥାରେ ଅଛି ପ୍ରେମ ଅନ୍ଧ ହୋଇଥାଏ । ପ୍ରେମର ଶାଶ୍ଵତ , ଚିରନ୍ତନ ହୋଇଥାଏ । ପ୍ରେମ ବୟସ , ଜାତି ଧର୍ମ କିଛି ଦେଖେ ନା । ତାହା କାହା ସହ କେତେବେଳେ ହୁଏ ଜଣା ପଡେ ନାହିଁ । ହେଲେ ଏଭଳି ଏକ କାହାଣୀ ଶୁଣିବାକୁ ପାଇବେ ଯାହା ଆପଣ ଶୁଣିକି ଆଶ୍ଚର୍ଯ୍ୟ ହୋଇଯିବେ ।  ୧୯ବର୍ଷିୟ ଆଣ୍ଡ୍ରି ଚେଏନେ ନିଜଠାରୁ ୪୨ ବର୍ଷ ବଡ କେଭିନଙ୍କୁ ବିବାହ କରିଛନ୍ତି । ସେମାନଙ୍କର ସମ୍ପର୍କ ସ୍ୱାମୀ-ସ୍ତ୍ରୀଙ୍କର, ବଦଳରେ ଜେଜେ ବାପା ଏବଂ ନାତୁଣୀ ପରି ଦେଖାଯାନ୍ତି । ଦୁହିଁଙ୍କ ମଧ୍ୟରେ ବୟସର ବ୍ୟବଧାନ ଥାଇ ମଧ୍ୟ ସେ ଏହାକୁ ଖାତିର ନକରି ଆଗୁକୁ ବଢି ଯାଇଛିନ୍ତି ।

ତେବେ ଆଣ୍ଡ୍ରି ଜଣେ କିଶୋର ଏବଂ ସେ ଜଣେ ସାମରିକ ପୋଲିସ୍ ଅଧିକାରୀ । ଦୁହେଁ ଏକ ଡେଟିଂ ଆପ୍ ମାଧ୍ୟମରେ ପରସ୍ପର ଭେଟିଥିଲେ । ସେ ଜାନୁଆରୀ ୨୦୨୦ ରେ ବାଡୋ ନାମକ ଏକ ଡେଟିଂ ସାଇଟରେ କେଭିନଙ୍କୁ ଭେଟିଥିଲେ । ଆଣ୍ଡ୍ରି କହିଛନ୍ତି ଯେ ସେ କେଭିନଙ୍କ ବାୟୋ ପ୍ରତି ଆକର୍ଷିତ ହୋଇଥିଲେ । ଯାହା ଅନୁଯାୟୀ ସେ ସାମରିକ ପୋଲିସରେ ମଧ୍ୟ କାର୍ଯ୍ୟ କରି ସାରିଛନ୍ତି ।

ତେବେ ଏହି ଦମ୍ପତିଙ୍କ ମଧ୍ୟରେ ୪୨ ବର୍ଷର ବୟସ ବ୍ୟବଧାନ ରହିଛି , ତଥାପି ସେମାନେ ପରସ୍ପର ସହିତ ଅନେକ ଜିନିଷ ସେୟାର କରିଥିଲେ । କିଛି ମାସ ଧରି, ଉଭୟଙ୍କ ମଧ୍ୟରେ କଥାବର୍ତ୍ତା ଅନଲାଇନରେ ଚାଲିଥିଲା ​​ଏବଂ ଶେଷରେ ସେମାନେ ପରସ୍ପର ପ୍ରତି ନିଜର ପ୍ରେମ ବ୍ୟକ୍ତ କରିଥିଲେ। ଜୁଲାଇ ୨୦୨୦ ରେ ସେମାନେ ପ୍ରଥମ ଥର ପାଇଁ ମୁହାଁମୁହିଁ ହୋଇଥିଲେ ଏବଂ ସେମାନଙ୍କ ସମ୍ପର୍କକୁ ଆଗକୁ ବଢାଇବା ପାଇଁ ଚିନ୍ତା କରିଥିଲେ । ଆଣ୍ଡ୍ରି କହିଛନ୍ତି ଯେ ତାଙ୍କ ସ୍ୱାମୀ କେଭିନ ପ୍ରଥମ ପଦକ୍ଷେପରେ ସାହସ କରି ତାଙ୍କୁ ଚୁମ୍ବନ ଦେଇଥିଲେ। ଏହି ଦମ୍ପତି ବିଶ୍ୱାସ କରନ୍ତି ଯେ ଉଭୟ ପ୍ରଥମ ଦେଖାରେ ହିଁ ପ୍ରେମ ଅନୁଭବ କରିଥିଲେ। ସେ କହିଛନ୍ତି ଯେ ତାଙ୍କ ବୟସ ମଧ୍ୟରେ ୪ଦଶନ୍ଧିର ବ୍ୟବଧାନ ରହିଛି ହେଲେ ଏହା ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ ।

wp:gallery {"ids":[514092],"linkTo":"none"} /wp:gallery

ଏହି ଦମ୍ପତି କୁହନ୍ତି ଯେ ସେମାନେ ପ୍ରଥମେ ପରସ୍ପର ସହ ସାମରିକ ବା ମିଲିଟାରୀ ବିଷୟରେ କଥାବାର୍ତ୍ତା ହୋଇଥିଲେ ଏବଂ ପରେ ଧୀରେ ଧୀରେ ସେମାନଙ୍କର ବାର୍ତ୍ତାଳାପ ବ୍ୟକ୍ତିଗତ ହୋଇ ଯାଇଥିଲା । କେଭିନ ପୂର୍ବରୁ ବିବାହ କରିଛନ୍ତି ଏବଂ ତାଙ୍କର ଦୁଇଟି ସନ୍ତାନ ଅଛି । ସେମାନଙ୍କର ସନ୍ତାନର ବୟସ ଜଣଙ୍କର ୨୩ ଏବଂ ୧୬ ବର୍ଷ । କେଭିନଙ୍କ ବଡ ପୁଅ ମଧ୍ୟ ଆଣ୍ଡ୍ରିଙ୍କ ଠାରୁ ବଡ ହୋଇଥିବାବେଳେ ଆଣ୍ଡ୍ରିଙ୍କ ପିତାମାତା କେଭିନଙ୍କଠାରୁ କମ୍। ଆଣ୍ଡ୍ରିଙ୍କ ପିତାମାତାଙ୍କୁ ୩୮ ଏବଂ ୪୩ ବର୍ଷ ବୟସର ଅଟନ୍ତି । ହେଲେ ଝିଅର ଏ ସମ୍ପର୍କକୁ ଗ୍ରହଣ କରିବାକୁ ତାଙ୍କୁ ବହୁତ ସମୟ ଲାଗିଲା । ଆଣ୍ଡ୍ରିଙ୍କ ଏହି ସମ୍ପର୍କକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଲୁଚାଇ ରଖିଥିଲା ​​। ଆଣ୍ଡ୍ରିଙ୍କ ପରିବାର ସେମାନଙ୍କ ସମ୍ପର୍କକୁ ଏତେ ଘୃଣା କରିଥିଲେ ଯେ ସେମାନେ ୬୧ ବର୍ଷିୟ କେଭିନଙ୍କୁ ଧରିବା ପାଇଁ ପୋଲିସକୁ ଡାକିଥିଲେ।

wp:gallery {"ids":[514093],"linkTo":"none"} /wp:gallery

କିନ୍ତୁ ଏବେ ଆଣ୍ଡ୍ରି ଏବଂ କେଭିନ ନେବାଡାରେ ବିବାହ କରିଛନ୍ତି ଏବଂ ସେମାନେ କାଲିଫର୍ଣ୍ଣିଆରେ ରହୁଛନ୍ତି । କେଭିନ ଘରେ ରୁହନ୍ତି ଏବଂ ଘର ସଫା କରିବା ଠାରୁ ଆରମ୍ଭ କରି ଆଣ୍ଡ୍ରିଙ୍କ ପାଇଁ ରୋଷେଇ ପର୍ଯ୍ୟନ୍ତ ସବୁକିଛି କରନ୍ତି । ଆଣ୍ଡ୍ରେ କହିଛନ୍ତି ଯେ ସଠିକ୍ ସମୟ ଆସିଲେ ସେ ପିଲା ପାଇଁ ମଧ୍ୟ ଯୋଜନା କରୁରିବେ। ଏହା ସହ ସେ କହିଛନ୍ତି ଯେ କେଭିନ ତାଙ୍କର ବହୁ ନିକଟତର ବନ୍ଧୁଙ୍କ ପରି, ଯେଉଁଥି ପାଇଁ ତାଙ୍କ ଭଲ ପାଇ ବସିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.