Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ବର : ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପଛରେ ରହିଛି ସୁଚିନ୍ତିତ ଷଡ଼ଯନ୍ତ୍ର : ନରସିଂହ ମିଶ୍ର
  • ||
  • ଆଉ ୧୦ ଜିଲ୍ଲାରେ ଭର୍ଚୁଆଲ୍‌ ହାଇକୋର୍ଟ, ଘୋଷଣା କଲେ ହାଇକୋର୍ଟ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ବିବାହ ଉତ୍ସବରେ ଅଘଟଣ, ନାଚୁଥିବା ବେଳେ ଟଳି ପଡ଼ିଲେ ଯୁବକ

26/02/2023 at 9:20 PM

ନୂଆଦିଲ୍ଲୀ, ୨୬/୦୨: ବାହାଘର ସମୟରେ ସବୁବେଳେ ଏକ ଖୁସିର ମାହୋଲ ଥାଏ। ଅତିଥିମାନଙ୍କ ମଧ୍ୟରେ ନାଚ ଗୀତର ଆସର ଜମିଥାଏ। ହେଲେ ବେଳେବେଳେ ବାହାଘର ଉତ୍ସବରେ ଦୁର୍ଘଟଣା ମଧ୍ୟ ସାମ୍ନାକୁ ଆସିଥାଏ। ଏବେ ଏଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ୧୯ ବର୍ଷୀୟ ଯୁବକ ବାହାଘର ଉତ୍ସବରେ ନାଚୁଥିବାବେଳେ ହିଁ ତାଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ସୂଚନା ଅନୁଯାୟୀ, ଘଟଣାଟି ତେଲଙ୍ଗାନା ନିର୍ମଳ ଜିଲ୍ଳାର ପାର୍ଦି ଗ୍ରାମର। ଏଠାରେ ଶନିବାର ରାତିରେ ଏକ ବିବାହ ଉତ୍ସବ ଚାଲିଥିଲା। ଆଉ ଏହି ବିବାହ ଉତ୍ସବରେ ସାମିଲ ହୋଇଥିଲେ ମତ୍ୟମ ନାମକ ଜଣେ ଯୁବକ। ଆଉ ବିବାହ ଉତ୍ସବରେ ସାମିଲ୍‌ ହୋଇ ଯୁବକ ଜଣକ ଖୁବ୍ ଖୁସିରେ ନାଚୁଥିଲେ। ସେଠାରେ ଅନ୍ୟ ଅତିଥିମାନେ ମଧ୍ୟ ଉପସ୍ଥିତ ଥିଲେ।

କିନ୍ତୁ ଏତିକିବେଳେ ଘଟିଥିଲା ଅଘଟଣ । ନାଚୁଥିବାବେଳେ ହଠାତ୍‌ ତଳେ ପଡ଼ିଯାଇ ବେହୋସ୍‌ ହୋଇପଡ଼ିଥିଲେ ମତ୍ୟମ। ତେବେ ପାଖରେ ଥିବା ଅତିଥିମାନେ ତାଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥା ମେଡିକାଲକୁ ନେଇଯାଇଥିଲେ। କିନ୍ତୁ ସେଠା​‌ରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ସୂଚନାଥାଉ, ଏହା ତେଲଙ୍ଗାନାରେ ଗତ ଚାରିଦିନରେ ଦ୍ବିତୀୟ ଘଟଣା। ଏହାପୂର୍ବରୁ ଫେବୃଆରୀରେ ୨୨ ରେ  ହାଇଦ୍ରାବାଦରେ ଜଣେ ୨୪ ବର୍ଷୀୟ ପୋଲିସ୍‌ କନଷ୍ଟେବଲ ଜିମ୍‌ କରୁଥିବାବଳେ ଟଳି ପଡ଼ିଥିଲେ । ପରେ ଜଣାପଡ଼ିଥିଲା ତାଙ୍କୁ ହାର୍ଟ ଆଟାକ୍ ହୋଇଥିଲା।

   Related Posts