scan steel
web-baneer-728x90
WhatsApp Image 2023-12-06 at 12.52.17
krs-300-250-banner english-1
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଅନୁଗୁଳ ସାତକୋଶିଆ ସୁନ୍ଦରୀ ପାଇଁ ଲଙ୍କାକାଣ୍ଡ ଘଟଣାରେ ୧୯ ଜଣ ଗିରଫ

24/10/2018 at 8:58 PM

ଅନଗୁଳ ୨୪/୧୦: ଅନୁଗୁଳ ସାତକୋଶିଆ ସୁନ୍ଦରୀ ପାଇଁ ଲଙ୍କାକାଣ୍ଡ ଘଟଣାରେ ୧୯ ଜଣକୁ ଗିରଫ କରିଛି ଅନଗୁଳ ପୋଲିସ। ସେମାନଙ୍କୁ ଅନୁଗୁଳ ଡାକ୍ତରଖାନାରେ ଡ଼ାକ୍ତରୀ ମାଇନା କରି କୋର୍ଟ ଫରୱାର୍ଡ ମଧ୍ୟ କରାଯାଇଛି। ଗତ ୨୧ ତାରିଖ ୫୫ ନମ୍ୱର ଜାତୀୟ ରାଜପଥରେ ଥିବା ମୁଣ୍ଡାସାହି ନିକଟରେ ରାସ୍ତା ଉପରେ ତ୍ରିନାଥ ସାହୁର ଶବ ରଖି ରାସ୍ତା ଅବରୋଧ କରିଥିଲେ। ସେଠି ସେଦିନ ପୋଲିସ ଉପରକୁ ଟେକା ପଥର ମାଡ଼ ମଧ୍ୟ କରିବା ସହ ୩ ଟି ପୋଲିସ ଗାଡି ପୋଡି ଦେଇଥିଲେ। ଏଥିରେ ପୋଲିସର ୧୦ ଜଣ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ। ସେହି ଘଟଣାରେ ଆଜି ଜରପଡା ପୋଲିସ ୧୯ ଜଣକୁ ଗିରଫ କରି କୋର୍ଟ ଫରୱାର୍ଡ କରିଛି।

ସୂଚନାଯୋଗ୍ୟ ଯେ, ଆଗକୁ ଆହୁରି କିଛି ଲୋକଙ୍କୁ ମଧ୍ୟ ଗିରଫ କରି କୋର୍ଟ ଫରୱାର୍ଡ କରିବ ବୋଲି ସୂଚନା ମିଳୁଛି । ଟାଇସି କୋଠ ଘର ଭିତରେ ୪ଜଣ ବନ କର୍ମଚାରୀ ଅଟକ ରହିବା ପରେ ନିଖୋଜ ଘଟଣାର ମଧ୍ୟ ପର୍ଦ୍ଦାଫାସ କରିଛନ୍ତି ଅନୁଗୁଳ ଏସପି । ନିଖୋଜ ୪ଜଣ ବନ କର୍ମଚାରୀ ନିଜ ନିଜ ଘରେ ପହଞ୍ଚି ସାରିଛନ୍ତି ବୋଲି ମଧ୍ୟ କହିଛନ୍ତି ।

   Related Posts