ଗାନ୍ଧିନଗର: ଗୁଜରାଟ ବିଧାନସଭା ନିର୍ବାଚନ । ପ୍ରଥମ ପର୍ଯ୍ୟାୟରେ ମୋଟ୍ ୮୯ ଆସନରେ ମତଦାନ ଜାରି ରହିଛି । ଦିନ ୧୧ଟା ସୁଦ୍ଧା ୧୯ ପ୍ରତିଶତ ଭୋଟିଂ ହୋଇଥିବା ରେକର୍ଡ କରାଯାଇଛି । ସକାଳ ୮ଟାରୁ ସଂଧ୍ୟା ୫ଟା ଯାଏଁ ଚାଲିବ ମତଦାନ ।
ପ୍ରଥମ ପର୍ଯ୍ୟାୟରେ ଗୁଜରାଟର ସୌରାଷ୍ଟ୍ର ସମେତ ଦକ୍ଷିଣ ପ୍ରାନ୍ତର ୧୯ଟି ଜିଲ୍ଲାରେ ଭୋଟିଂ ଚାଲିଛି । ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ, ଦିନ ୧୧ଟା ସୁଦ୍ଧା ୧୯ ପ୍ରତିଶତ ଭୋଟିଂ ରେକର୍ଡ କରାଯାଇଛି । ମୋଟ୍ ୮୯ଟି ସିଟରେ ୭୮୮ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ଚାଲିଛି । ୨କୋଟି ୩୯ଲକ୍ଷ ୭୬ହଜାର ୬୭୦ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ । ମୋଟ୍ ୭୮୮ ପ୍ରାର୍ଥୀଙ୍କ ମଧ୍ୟରୁ ୩୩୯ଜଣ ସ୍ବାଧୀନ ପ୍ରାର୍ଥୀ ରହିଛନ୍ତି।
ଗୁଜରାଟରେ ୨ଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବ । ପ୍ରଥମ ପର୍ଯ୍ୟାୟ ମତଦାନ ଗୁରବାର ଆରମ୍ଭ ହୋଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ ଆସନ୍ତା ଡିସେମ୍ବର ୫ ତାରିଖରେ ଆରମ୍ଭ ହେବ । ୨ଟି ପର୍ଯ୍ୟାୟରେ ମୋଟ୍ ୪କୋଟି ୯ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ । ୮ ତାରିଖରେ ଭୋଟ୍ ଗଣତି ହେବ ।