ମର୍ମନ୍ତୁଦ ଦୁର୍ଘଟଣା : ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା, ୧୯ ମୃତ, ଅନେକ ଗୁରୁତର
20/02/2020 at 8:29 AM

ଚେନ୍ନାଇ ୨୦।୨: ତାମିଲନାଡୁରେ ବଡ ଧରଣର ଦୁର୍ଘଟଣା ହୋଇଛି । ଚେନ୍ନାଇ ଅବିନାଶିରେ ଗୁରୁବାର ସକାଳେ ଏକ ବସ୍ ସହ ଟ୍ରକ୍ ଧକ୍କା ହୋଇଛି । ଦୁର୍ଘଟଣାରେ ୧୯ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ହୋଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି । ଗୁରୁତରଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ମୃତକଙ୍କ ମଧ୍ୟରେ ୧୪ ପୁରୁଷ ଏବଂ ୫ଜଣ ମହିଳା ଅଛନ୍ତି ।
ସୂଚନାଯୋଗ୍ୟ ଯେ, ବେଙ୍ଗାଲୁରୁରୁ କୋଚି ଅଭିମୁଖେ ଯାଉଥିବା କେଏସଆରଟିସିର ବସ୍ ଗୁରୁବାର ସକାଳେ ତାମିଲନାଡୁର ଅବିନାଶିରେ ଟ୍ରକ୍ ସହ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ବସ୍ ର ସମ୍ମୁଖ ଭାଗ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଦୁର୍ଘଟଣାରେ ବସ୍ ର ଆଗରେ ବସିଥିବା ୧୯ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିବା ବେଳେ ଦୁର୍ଘଟଣା କିଭଳି ଘଟିଲା ତାର ତଦନ୍ତ କରୁଛି ।
#UPDATE Deputy Tehsildar of Avinashi: 19 people – 14 men and 5 women, died in the collision between a Kerala State Road Transport Corporation bus & a truck near Avinashi town of Tirupur district. https://t.co/pOss4LTAtv
— ANI (@ANI) February 20, 2020