ଭାରସାମ୍ୟ ହରାଇ ଓଲଟିଲା ଟାଟା ମ୍ୟାଜିକ୍‌, ଗାଡିରେ ଥିଲେ ୧୯ ଶ୍ରମିକ

Published By : Prameya-News7 Bureau | February 08, 2024 IST

ସମ୍ବଲପୁର ୦୮।୦୨ : ସମ୍ବଲପୁର ଜିଲ୍ଲା ଗୁଲୁମଘାଟି ଗୁଲୁମେଶ୍ୱର ମନ୍ଦିର ସମ୍ମୁଖରେ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ଟାଟା ମ୍ୟାଜିକ୍‌ । ଏହି ଦୁର୍ଘଟଣାରେ ୧୦ ଜଣ ମହିଳା ଶ୍ରମିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

{"id":906274,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ନୂଆବରଙ୍ଗାମାଲ ଗାଁରୁ ଭୋଇପାଲିକୁ ୧୯ ଜଣ ମହିଳା ଶ୍ରମିକ କାମ କରିବାକୁ ଏକ ଟାଟା ମ୍ୟାଜିକ ଯୋଗେ ଯାଉଥିଲେ। ଏହି ସମୟରେ ଗୁଲୁମେଶ୍ୱରୀ ମନ୍ଦିର ସମ୍ମୁଖରେ ଗାଡିଟି ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିଲା । ଯେଉଁଥିରେ ୧୦ରୁ ଅଧିକ ମହିଳା ଶ୍ରମିକମାନେ ଆହତ ହୋଇଥିଲେ। ଏହାପରେ ସେମାନଙ୍କୁ ତୁରନ୍ତ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ପ୍ରାଥମିକ ଚିକିତ୍ସା ପରେ ସମ୍ବଲପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

wp:embed {"url":"https://www.prameyanews7.com/indian-test-squad-announcement-today/","type":"wp-embed","providerNameSlug":"prameya-news-7"}
https://www.prameyanews7.com/indian-test-squad-announcement-today/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.